ବାଲିଯାତ୍ରାରେ ଭାରତ ମସଲା ଗ୍ରାହକଙ୍କୁ ସୁନିଶ୍ଚିତ ଆକର୍ଷଣୀୟ ଉପହାର

ଏଡିଏମ ଶିବ ଟପ୍ନୋ ଭାଗ୍ୟଶାଳି ବିଜେତାଙ୍କୁ ଦେଲେ ମାଇକ୍ରୋଓଭାନ

କଟକ, ୦୮/୧୧: ଭାରତ ମସଲା ପକ୍ଷରୁ ଆୟୋଜିତ ଦ୍ବିତୀୟ ଦିନର ଲକି ଡ୍ର ଭାଗ୍ୟଶାଳୀ ବିଜେତାଙ୍କୁ କଟକ ଏଡିଏମ୍ ଶିବ ଟପ୍ନୋ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ସ୍ୱରୂପ ମାଇକ୍ରୋ ଓଭାନ ପ୍ରଦାନ କରିଛନ୍ତି। ଏହି ପ୍ରଥମ ବିଜେତା ଜଣକ ହେଇଛନ୍ତି ୪୨ ମୌଜା କଟକର ବିଭୁପ୍ରସାଦ ରାଉତରାୟ। ସେହିପରି ୨ୟ ବିଜେତା ଗତିରାଉତ ପାଟଣା କଟକର ସୁଧୀର କୁମାର ପରିଡ଼ାଙ୍କୁ ରେସିଙ୍ଗ ବାଇ ସାଇକେଲ। ୩ୟ ବିଜେତା ସୋମପୁର ଜଗତସିଂପୁରର ସସ୍ମିତା ମଲ୍ଲିକଙ୍କୁ ବାଉଲ୍ ସେଟ୍, ସ୍ୱାନ୍ତନା ମୂଳକ ବିଜେତା ସିଡିଏ ୧୧ ନଂ କଟକର ପ୍ରତ୍ୟୁଷ ବେହେରାଙ୍କୁ ଫ୍ରାୟୀଙ୍ଗ ପାନ୍ ଏଡିଏମ ଶ୍ରୀଯୁକ୍ତ ଟପ୍ନୋ ଅତିଥି ଭାବେ ଯୋଗଦେଇ ପୁରସ୍କାର ସ୍ୱରୂପ ପ୍ରଦାନ କରିଥିଲେ।

ସୁଚନା ଥାଉକି ଚଳିତ ବର୍ଷ ବାଲିଯାତ୍ରାରେ ଭାରତ ମସଲା ତାର ଗ୍ରାହକ ମାନଙ୍କ ପାଇଁ ଆଣିଛି ସୁନିଶ୍ଚିତ ଉପହାର ସ୍କିମ। ଗ୍ରାହକ ଗୋଟିଏ ମସଲା କିଣିଲେ ଗୋଟିଏ ଫ୍ରିରେ ପାଇଥିଲାବେଳେ ସମସ୍ତଙ୍କ ପାଇଁ ରହିଛି ନିଶ୍ଚିତ ଉପହାର। ୨୫୦ ଟଙ୍କାର ମସଲା କ୍ରୟ କଲେ ଗ୍ରାହକ ସୁନିଶ୍ଚିତ ଉପହାର ସ୍ବରୂପ ପ୍ଲାଷ୍ଟିକ ମଗ ପାଇପାରୁଛନ୍ତି । ୫ଶହ ଟଙ୍କାରେ ଷ୍ଟିଲ ଗ୍ଲାସ୍ ,୭୦୦ ଟଙ୍କାରେ ପ୍ଲାଷ୍ଟିକ କଣ୍ଟେନର, ୯ଶହ ଟଙ୍କାରେ ପ୍ଲାଷ୍ଟିକ ବାଲ୍ଟି, ୧୫ଶହ ଟଙ୍କାରେ ଷ୍ଟିଲ ଥାଳି, , ୪ ହଜାର ଟଙ୍କାରେ ହଟ କେସ ବା ଟିଫିନ୍ ବାକ୍ସ,୮ ହଜାର ଟଙ୍କାରେ ୫ ଗ୍ରାମର ରୂପା ମୁଦ୍ରା ,୧୦ ହଜାର ଟଙ୍କାରେ ବ୍ଲାଙ୍କେଟ୍ , ୧୨ ହଜାର ଟଙ୍କାର କ୍ରୟ ଉପରେ କ୍ରମ୍ପଟନ ବ୍ରାଣ୍ଡର ସିଲିଂ ପଙ୍ଖା ନିଶ୍ଚିତ ଉପହାର ପାଉଛନ୍ତି। ଏତଦ୍ ବ୍ୟତୀତ ମସଲା ସହିତ ଲକି ଡ୍ର କୁପନ ପାଇବାକୁ ସକ୍ଷମ ହେଉଛି ଜଣେ ଗ୍ରାହକ। ଯାହାକି ଜଣେ ଗ୍ରାହକଙ୍କର ଭାଗ୍ୟକୁ ବଦଳାଇ ଦେଉଛି । ଆଜିର ଏହି କାର୍ଯ୍ୟକ୍ରମ ରେ ପ୍ରତିଷ୍ଠାତା ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା ,ଦିଗନ୍ତ କୁମାର ପଣ୍ଡା, ଆଶୁତୋଷ ପଣ୍ଡା,ଏସଏନ ମିଲେନିୟମ, ଜିଏମ୍ ଅପରେସନ ଅରୁଣ କୁମାର ନାୟକ, ଜିଏମ୍ ପ୍ରଡକ୍ସନ ନବକୃଷ୍ଣ ପ୍ରଧାନଙ୍କ ସମେତ ଭାରତ ମସଲା କମ୍ପାନୀର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।