ନୂଆପଡ଼ା, ୦୯/୧୧: ଆଉ ଦିନକ ପରେ ନୂଆପଡ଼ା ଉପନିର୍ବାଚନ ଥିବା ବେଳେ ତା’ ପୂର୍ବରୁ ବରିଷ୍ଠ ବିଜେଡି ନେତାଙ୍କ ଘରେ ଆୟକର ବିଭାଗର ଚଢଉ ହୋଇଛି। ବିଜେଡ଼ି ନେତା ମନୋଜ ମିଶ୍ରଙ୍କ ଘରେ ଆୟକର ଚଢାଉ ହୋଇଛି। ନୂଆପଡ଼ା କୋମନା ସ୍ଥିତ ବାସଭବନରେ ଆୟକର ବିଭାଗର ଚଢାଉ ଜାରି ରହିଛି। ନିର୍ବାଚନ ପାଇଁ ଟଙ୍କା ବାଣ୍ଟୁଥିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି।
ମନୋଜ ମିଶ୍ର କୋମନା ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ଏବଂ ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ଥିଲେ। ଏବେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅଛନ୍ତି ମନୋଜ ମିଶ୍ର।