ଭୁବନେଶ୍ୱର ୦୪।୧୦: ବେଆଇନ ଚାନ୍ଦା ଆଦାୟ ପ୍ରତିବାଦରେ ବସ ଚଳାଚଳ ବନ୍ଦ କରିଛି ଭଦ୍ରକ ବସ ସିଣ୍ଡିକେଟ୍ । ଚାନ୍ଦା ଆଦାୟ ସହ ଅସଦବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏମିତି କି ବସରେ ଯାତ୍ରୀ ଚଢ଼ିବା ବେଳେ ମଧ୍ୟ ବାଧା ଦେଉଛନ୍ତି । ଭଦ୍ରକ ବନ୍ତ ଛକ ନିକଟରେ କିଛି ଅସାମାଜିକ ବ୍ୟକ୍ତି ବସ ଚଳାଚଳରେ ହସ୍ତକ୍ଷେପ କରୁଛନ୍ତି ।
ଫଳରେ ଅନ୍ୟ ଷ୍ଟପେଜରେ ବସ୍ ଠିକ ସମୟରେ ପହଞ୍ଚିପାରୁନାହିଁ । ପ୍ରତିବାଦରେ ଭଦ୍ରକ ବସ୍ ସିଣ୍ଡିକେଟର କୌଣସି ବସ ବାଲେଶ୍ୱର , କଟକ ଓ ଭୁବନେଶ୍ୱର ଅଭିମୁଖେ ଯାଉନାହିଁ । ସମସ୍ୟା ନେଇ ପୋଲିସ ଓ ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେଣୁ ପ୍ରତିବାଦରେ ବସ ଚଳାଚଳ ବନ୍ଦ ରହିଛି ।