ଭୁବନେଶ୍ଵର, ୧୫/୧୧: ପ୍ରକାଶ ପାଇଲା ସ୍ପେଶାଲ୍ OTET-୨୦୨୫ ରେଜଲ୍ଟ। ସେପ୍ଟେମ୍ବର ୨୭ ତାରିଖରେ ହୋଇଥିବା ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି।
ପେପର-୧ରେ ୧୨ହଜାର ୯୮୮ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପାସ୍ ହାର ୪୭.୧୭% ରହିଛି। ପେପର-୨ରେ ୩୫ ହଜାର ୧୬୫ କୃତକାର୍ଯ୍ୟ ହୋଇଛନ୍ତି। ପାସ୍ ହାର ୭୮.୩୫% ରହିଛି।
ମୋଟ୍ ୪୮ ହଜାର ୧୫୩ ଜଣ କୃତକାର୍ଯ୍ୟ ନେଇ BSE ପକ୍ଷରୁ ସୂଚନା ମିଳିଛି। ୬୬.୫୦% ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି। ପରୀକ୍ଷାର୍ଥୀମାନେ www.bseodisha.ac.inରେ ରେଜଲ୍ଟ ଦେଖିପାରିବେ। ଦିନ ୧ଟା ପରଠୁ ପରୀକ୍ଷା ଫଳ ଦେଖିପାରିବେ ପରୀକ୍ଷାର୍ଥୀ।
ପ୍ରଶ୍ନପତ୍ର ବିଭ୍ରାଟ ପାଇଁ ବାତିଲ ହୋଇଥିଲା ପରୀକ୍ଷା। ଏହା ପରେ ପୁଣି ପରୀକ୍ଷା ହୋଇଥିଲା। ୭୫ ହଜାର ୪୦୩ ପିଲା ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ। ୭୨ ହଜାର ୪୧୩ ପିଲା ପରୀକ୍ଷା ଦେଇଥିଲେ।
