ଜମ୍ମୁ-କାଶ୍ମୀର, ୧୫/୧୧: ଶୁକ୍ରବାର ବିଳମ୍ବିତ ରାତିରେ ଜମ୍ମୁ ଓ କାଶ୍ମୀରର ଶ୍ରୀନଗରର ନୌଗାମ ଥାନାରେ ଗଚ୍ଛିତ ଥିବା ଜବତ ବିସ୍ଫୋରକ ସାମଗ୍ରୀ ହିଁ ବିସ୍ଫୋରଣ ହେବା ଯୋଗୁଁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୩୨ ଜଣ ଆହତ ହୋଇଛନ୍ତି ।
ମୃତକଙ୍କ ମଧ୍ୟରୁ ଅଧିକାଂଶ ପୋଲିସ କର୍ମଚାରୀ ଏବଂ ଫୋରେନସିକ୍ ଟିମ୍ ଅଧିକାରୀ ଥିଲେ, ଯେଉଁମାନେ ହରିୟାଣାର ଫରିଦାବାଦରୁ ନୌଗାମ ଥାନାକୁ ଅଣାଯାଇଥିବା ବିସ୍ଫୋରକ ସାମଗ୍ରୀର ଯାଞ୍ଚ କରୁଥିଲେ।
ଜମ୍ମୁ ଏବଂ କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନଳିନ୍ ପ୍ରଭାତ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିସ୍ଫୋରଣ ଏକ “ଦୁର୍ଘଟଣାଜନିତ” ଘଟଣା ଥିଲା। ଏହି ଘଟଣାରେ ଅନ୍ୟ କୌଣସି ଅନୁମାନ ଅନାବଶ୍ୟକ। କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଲା ତଦନ୍ତ ଚାଲିଛି।” ବୋଲି ସେ କହିଛନ୍ତି।