ଭୁବନେଶ୍ୱର ବାଲିଯାତ୍ରା ପାଇଁ ସହଯୋଗର ହାତ ବଢାଇବେ ତିରୁପତି

ଉଦଯାପନୀ ସନ୍ଧ୍ୟାରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ

ଭୁବନେଶ୍ଵର, ୧୫/୧୧: ଭୁବନେଶ୍ୱର ମଞ୍ଚେଶ୍ୱର କୁଆଖାଇ ନଦୀପଠା ଠାରେ ଆୟୋଜିତ ବାଲିଯାତ୍ରା ମହୋତ୍ସବ-୨୦୨୫ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ସମ୍ମାନିତ ଅତିଥି ଭାବେ ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ, ରାଜ୍ୟ ବିଜେପି ଭାଇସ୍‌-ପ୍ରେସିଡେଣ୍ଟ ଗୋଲକ ପ୍ରସାଦ ମହାପାତ୍ର, ବିଜେପି ପ୍ରବକ୍ତା ସୁଦିପ୍ତ କୁମାର ରାଏ ଯୋଗଦାନ କରିଥିଲେ । ଦୀର୍ଘ ୧୦ଦିନ ଧରି ବାଲିଯାତ୍ରା ପଡିଆଠାରେ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ତରଫରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବା ସହ ଅଗାମୀ ଦିନରେ ବାଲିଯାତ୍ରା ପାଇଁ ସହଯୋଗର ହାତ ବଢାଇବେ ବୋଲି ପ୍ରତିଶୃତି ଦେଇଥିବା ବେଳେ ବାଲିଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତା ଡଃ ତିରୁପତି ପାଣିଗ୍ରାହୀଙ୍କୁ ଭୂୟସୀ ପ୍ରଶଂସା ସହ ଧନ୍ୟବାଦ୍ ଜଣାଇଛନ୍ତି ।