ଶପଥ ନେଲେ ଜୟ ଢୋଲକିଆ

ପତ୍ନୀ ଓ ମାଆଙ୍କ ଉପସ୍ଥିତିରେ ଶପଥ ଗ୍ରହଣ

ଭୁବନେଶ୍ଵର, ୨୦/୧୧: ବିଧାନସଭାରେ ଶପଥ ନେଲେ ଜୟ ଢୋଲକିଆ। ନୂଆପଡ଼ା ଉପନିର୍ବାଚନରେ ନବ ନିର୍ବାଚିତ ବିଧାୟକ ଜୟ ଢୋଲକିଆଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇଲେ ବାଚସ୍ପତି ସୁରମା ପାଢ଼ୀ। ମାଆ ଓ ପତ୍ନୀଙ୍କ ସହ ଆସି ନୂଆ ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି।

ନୂଆପଡ଼ା ଉପନିର୍ବାଚନରେ ଜୟଙ୍କ ବିପୁଳ ବିଜୟ ହୋଇଛି। ୮୩ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଥିଲେ ଜୟ।

୨୭ରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନରେ ଯୋଗ ଦେବେ।