କିଷ୍ଟରେ ପଞ୍ଚଦିବସିୟ କର୍ମଶାଳା ଉଦଯାପିତ

ଦେଶ ଜାତି ପାଇଁ ଜ୍ଞାନୀ ଗୁଣି ବିଦ୍ୟାର୍ଥୀ ସୃଷ୍ଟି କରିବାକୁ ଆହ୍ବାନ

ଜଟଣୀ, ୨୩/୧୧: ଜଟଣୀସ୍ଥିତ କୋଣାର୍କ ବିଜ୍ଞାନ ଓ ଯାନ୍ତ୍ରିକ ମହାବିଦ୍ୟାଳୟରେ ପଞ୍ଚଦିବସିୟ କର୍ମଶାଳା ଉଦଯାପିତ ହୋଇଯାଇଛି। ଜାତୀୟ ଯାନ୍ତ୍ରିକ ଶିକ୍ଷା ଶିକ୍ଷକ ଗବେଷଣା ଅନୁଷ୍ଠାନ, କୋଲକାତା ସଂଯୋଜନାରେ ଶିକ୍ଷକତା ପୂର୍ବର ପ୍ରସ୍ତୁତି ଓ ସଠିକ ଢଙ୍ଗରେ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବାର ଉପଯୁକ୍ତ କୌଶଳ ସମ୍ପର୍କୀୟ ତଥ୍ୟ ଆଲୋଚନା କରାଯଇଥିଲା। ଏ, ଆଇ, ସି, ଟି ଦ୍ୱାରା ଅନୁବନ୍ଧିତ ଶିକ୍ଷାନୁଷ୍ଠାନର ଶତାଧିକ ଅଧ୍ୟାପକ, ଗବେଷକ ଓ ଆଗ୍ରହୀ ଶିଳ୍ପପତି ଯୋଗ ଦେଇଥିଲେ।

ଉଦଯାପନୀ ଉତ୍ସବରେ ହାଇଟେକ ସମୂହ ଶିକ୍ଷାନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ମ୍ୟାନେଜିଙ୍ଗ ଟ୍ରଷ୍ଟି ସୁରେଶ କୁମାର ପାଣିଗ୍ରାହୀ ଯୋଗ ଦେଇ ଅଧ୍ୟାପକମାନଙ୍କ ଉପଯୁକ୍ତ ଦକ୍ଷତା ଉତ୍ତମ ବିଦ୍ୟାର୍ଥୀ ସୃଷ୍ଟି କରିବାରେ ସଫଳକାମୀ ହଉ ଏବଂ ଦେଶ ଜାତି ପାଇଁ ଜ୍ଞାନୀ ଗୁଣି ବିଦ୍ୟାର୍ଥୀ ସୃଷ୍ଟି ହୁଅନ୍ତୁ ବୋଲି ଆହ୍ୱାନ ଦେଇଥିଲେ। ହାଇଟେକର ପ୍ରତିଷ୍ଠାତା ଡାକ୍ତର ତିରୁପତି ପାଣିଗ୍ରାହୀଙ୍କ ଶିକ୍ଷା କ୍ଷତ୍ରରେ ବଳିଷ୍ଠ ଉଦ୍ୟମ ସଫଳ ହେବାରେ ଲାଗିଛି। ପଞ୍ଚଦିବସିୟ କର୍ମଶାଳାକୁ ଲିଙ୍ଗରାଜ ପାଣିଗ୍ରାହୀ, ଡ଼କ୍ଟର ଦେବାଶିଷ ମିଶ୍ର, ପ୍ରଫେସର ଚନ୍ଦ୍ର ଶେଖର ମହାନ୍ତି, ଡ଼କ୍ଟର ବିଶ୍ୱକଳ୍ପ ପାତ୍ର, ଡ଼କ୍ଟର ସଂଗୀତା ବିଶ୍ୱାଳ, ଡ଼କ୍ଟର ଶିବାନୀ ପାଣିଗ୍ରାହୀ, ଡ଼କ୍ଟର ସୁଲୋଚନା ନନ୍ଦଙ୍କ ସଫଳ ପରିଚାଳନା ପାଇଁ କିଷ୍ଟର ନିର୍ଦ୍ଦେଶକ ଅନିଲ କୁମାର ପାଣିଗ୍ରାହୀ, ଡିନ ଡ଼କ୍ଟର ସୂର୍ଯ୍ୟନାରାୟଣ ପଟ୍ଟନାୟକ ଡ଼କ୍ଟର ପାର୍ଥ ସାରଥୀ ଖୁଣ୍ଟିଆ ଆୟୋଜକ ମଣ୍ଡଳୀଙ୍କୁ ଭୁୟସୀ ପ୍ରଶଂସା ସହ ସମ୍ମାନିତ କରିଥିଲେ।