ଦିନିକିଆ ସିରିଜ ପାଇଁ କେ.ଏଲ୍ ରାହୁଲ କ୍ୟାପଟେନ

ଟିମ୍ ରେ ଯୁବ ଓ ଅଭିଜ୍ଞ ଖେଳାଳୀ ସାମିଲ

ନୂଆଦିଲ୍ଲୀ, ୨୩/୧୧: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଟେଷ୍ଟ ସିରିଜ୍ ଖେଳୁଛି। ଏହା ପରେ ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ଏହି ସିରିଜ୍ ପାଇଁ ଭାରତୀୟ ଦଳ ଏବେ ଘୋଷଣା କରାଯାଇଛି। କେଏଲ ରାହୁଲଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ରାହୁଲ ପୂର୍ବରୁ ODIରେ ଟିମ୍ ପାଇଁ କ୍ୟାପଟେନ ହୋଇଛନ୍ତି। ସେ ୧୨ଟି ODIରେ ଦଳର ଅଧିନାୟକତ୍ୱ କରିଛନ୍ତି, ୮ଟିରେ ବିଜୟୀ ହୋଇଛନ୍ତି ଏବଂ ୪ଟିରେ ପରାସ୍ତ ହୋଇଛନ୍ତି।

ଭାରତର ନିୟମିତ ODI ଅଧିନାୟକ ଶୁଭମନ ଗିଲଙ୍କ ବେକରେ ଆଘାତ ଯୋଗୁଁ ତାଙ୍କୁ ବାଦ ଦିଆଯାଇଛି। ଶ୍ରେୟସ ଆୟରଙ୍କୁ ମଧ୍ୟ ଭାରତୀୟ ଦଳରେ ସାମିଲ କରାଯାଇ ନାହିଁ। ତାଙ୍କ ସ୍ଥାନରେ ତିଲକ ବର୍ମାଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇପାରେ। ଷ୍ଟାର ଫାଷ୍ଟ ବୋଲର ଜସପ୍ରିତ ବୁମରାହଙ୍କୁ ଦିନିକିଆରୁ ବିଶ୍ରାମ ଦିଆଯାଇଛି। ଆସନ୍ତା ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ଆଖି ଆଗରେ ରଖି ବୁମରାହ ବର୍ତ୍ତମାନ ଟି-୨୦ କ୍ରିକେଟ ଉପରେ ଧ୍ୟାନ ଦେଉଛନ୍ତି।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ଡିସେମ୍ବର ୩୦ ରେ ରାଞ୍ଚିରେ ଖେଳାଯିବ। ଦ୍ୱିତୀୟ ଦିନିକିଆ ଡିସେମ୍ବର ୩ ରେ ରାୟପୁରରେ ଖେଳାଯିବ। ସିରିଜର ଅନ୍ତିମ ଏବଂ ତୃତୀୟ ଦିନିକିଆ ଡିସେମ୍ବର ୬ ରେ ବିଶାଖାପାଟଣାରେ ଖେଳାଯିବ।

ଭାରତୀୟ ଟିମ୍ କ୍ରିକେଟରଙ୍କ ନାଁ:-

ଏହି ଟିମ୍ ରେ ରୋହିତ ଶର୍ମା, ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, ତିଲକ ଭର୍ମା, କେ.ଏଲ୍ ରାହୁଲ (ଅଧିନାୟକ) (ୱିକେଟ୍ କିପର୍), ଋଷଭ ପନ୍ତ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ନୀତୀଶ କୁମାର ରେଡ୍ଡୀ, ହର୍ଷିତ ରାଣା, ରୁତୁରାଜ ଗାୟକୱାଡ, ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂହ, ଧ୍ରୁବ ଜୁରେଲ।