ରାଜଗାଙ୍ଗପୁର, ୦୮/୧୨: ରାଜଗାଙ୍ଗପୁର ଲାଞ୍ଜିବେରନାର ଜଣେ ଛାତ୍ରୀ ନିଆଁରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଆଜି ମୃତ୍ୟୁ ଘଟିଛି। ରାଉରକେଲା IGHରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଛାତ୍ରୀ।
ନିଜ ଶରୀରରେ କିରୋସିନ ଢାଳି ନିଜକୁ ଜାଳି ଦେଇଥିଲେ ନାବାଳିକା ଛାତ୍ରୀ। ଶରୀରର ୯୦% ପୋଡ଼ି ଯାଇଥିଲା, ମୁମୂର୍ଷୁ ଅବସ୍ଥାରେ IGHରେ ଭର୍ତ୍ତି ହୋଇଥିଲେ। ସେପଟେ ଜଣେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି ପୋଲିସ।
ସୂଚନାଯୋଗ୍ୟ, ଗତ କାଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ତାଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଡାକ୍ତରଙ୍କୁ ପଚାରି ବୁଝିଥିଲେ। ଆବଶ୍ୟକ ପଡିଲେ ଏୟାରଲିଫ୍ଟ କରାଯିବ ବୋଲି କହିଥିଲେ।