ସମ୍ବଲପୁର, ୦୮/୧୨: ସମ୍ବଲପୁର ରେଳ ମଣ୍ଡଳରେ ଭାରତ ରତ୍ନ ବାବାସାହେବ ଡକ୍ଟର ବି. ଆର. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳନ କରାଯାଇଛି। ସମ୍ବଲପୁରର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ସୁବାଷ ଚନ୍ଦ୍ର ଚୌଧରୀ ବାବାସାହେବ ଡକ୍ଟର ବି.ଆର. ଆମ୍ବେଦକରଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସମ୍ବଲପୁରର ମଣ୍ଡଳ କାର୍ମିକ ଅଧିକାରୀ ଶ୍ରୀ ପୋନ୍ନା ଭେଙ୍କଟେସ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।