ବଢିଲା ମନ୍ତ୍ରୀ ଓ ବିଧାୟକଙ୍କ ଦରମା
ବିଧାନସଭାରେ ଦରମା ଓ ଭତ୍ତା ବିଲ୍ ଉପସ୍ଥାପନ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ
ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବୃଦ୍ଧି
ଭୁବନେଶ୍ୱର, ୦୯/୧୨: ଆଜି ବିଧାନସଭାର ଶୀତକାଳୀନ ଅଧିବେଶନର ଶେଷ ଦିନରେ ପାରିତ ହେଲା ଦରମା ଓ ଭତ୍ତା ବିଲ୍। ବିଧାନସଭାରେ ବିଲ ଉପସ୍ଥାପନ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ବିଧାୟକଙ୍କ ଦରମାକୁ ନେଇ ଆସିଛି ଏହି ସଂଶୋଧିତ ବିଲ୍।
ଏହି ନୂତନ ସଂଶୋଧିତ ବିଲରେ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି କରାଯାଇଛି। ବିଧାୟକଙ୍କ ଦରମା ୩ ଲକ୍ଷକୁ ବୃଦ୍ଧି ହୋଇଛି। ପୂର୍ବରୁ ଦରମା, ଭତ୍ତା ବାବଦକୁ ୧ ଲକ୍ଷ ଟଙ୍କା ପାଉଥିଲେ ବିଧାୟକ। ପୂର୍ବତନ ବିଧାୟକଙ୍କ ପେନସନ ମଧ୍ୟ ବୃଦ୍ଧି ହୋଇଛି। ମନ୍ତ୍ରୀ, ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ମଧ୍ୟ ବୃଦ୍ଧି କରାଯାଇଛି।
୫ ବର୍ଷକୁ ଥରେ ବଢିବ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା, ଭତ୍ତା ଓ ପେନଶନ। ବିଲ୍ ଆକାରରେ ନକରି ଅଡିନାନ୍ସ ଜରିଆରେ ଦରମା ବୃଦ୍ଧି କରାଯାଇପାରିବ।
– ବିଧାୟକଙ୍କ ମୋଟ ଦରମା ୩ ଲକ୍ଷ ୪୫ ହଜାର ଟଙ୍କା ହୋଇଛି।
– ୪୦ ହଜାର ଟଙ୍କା ପାଉଥିଲେ ମିଳିବ ୯୬ ହଜାର ଟଙ୍କା।
– ୩୬ ହଜାର ଟଙ୍କା ପାଉଥିଲେ ମିଳିବ ୯୨ ହଜାର ଟଙ୍କା।
– ବିଧାୟକଙ୍କ ମୃତ୍ୟୁ ହେଲେ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ।
– ଥରୁଟିଏ ବିଧାୟକ ହୋଇଥିଲେ ୮୦ ହଜାର ଟଙ୍କା ପେନସନ ମିଳିବ।
– ଅଧିକ ଥର ବିଧାୟକ ନିର୍ବାଚିତ ହୋଇଥିଲେ ଅତିରିକ୍ତ ୩୦୦୦ ଟଙ୍କା ମିଳିବ।
– ପୂର୍ବତନ ବିଧାୟକଙ୍କ ଗସ୍ତ ଖର୍ଚ୍ଚ ବାବଦକୁ ୧୨ ହଜାର ଟଙ୍କା ମିଳିବ।
– ପୂର୍ବତନ ବିଧାୟକଙ୍କ ଚିକିତ୍ସା ଖର୍ଚ୍ଚ ୨୦୦୦ ହଜାରରୁ ୨୫୦୦୦କୁ ବୃଦ୍ଧି କରାଯାଇଛି।
– ନିର୍ବାଚନମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଖର୍ଚ୍ଚ ଭତ୍ତା ବାବଦକୁ ୨୦ ହଜାର ବଦଳରେ ୭୫ ହଜାର ମିଳିବ।
– କମିଟି ବୈଠକ ଭତ୍ତା ୧୫୦୦ ଟଙ୍କା ବଦଳରେ ୩୦୦୦ ମିଳିବ।
– ରାଜ୍ୟ ବାହାରେ ବୈଠକ ପାଇଁ ଦୈନିକ ୨୦୦୦ ବଦଳରେ ୧୦ ହଜାର ମିଳିବ।
– ରାଜ୍ୟ ଭିତରେ କାର ଯାତ୍ରା ପାଇଁ କିଲୋମିଟର ପିଛା ୨୫ ଟଙ୍କା ବଦଳରେ ମିଳିବ ୩୫ ଟଙ୍କା।
– ମାସିକ ଯାନ ବାହନ ଭତ୍ତା ୧୫ ହଜାର ବଦଳରେ ମିଳିବ ୫୦ ହଜାର।
– ମାସକୁ ପୁସ୍ତକ କିଣିବା ପାଇଁ ୨୦୦୦ ବଦଳରେ ମିଳିବ ୧୦ ହଜାର।
– ବିଜୁଳି ବିଲ ପାଇଁ ୫୦୦୦ ବଦଳରେ ୨୦ ହଜାର ଟଙ୍କା ମିଳିବ।
– ଚିକିତ୍ସା ଖର୍ଚ୍ଚ ୫୦୦୦ ଟଙ୍କା ବଦଳରେ ୩୫ ହଜାର ମିଳିବ।
– କ୍ୱାଟର ମିଳି ନଥିବା ବିଧାୟକଙ୍କୁ ରହଣି ପାଇଁ ଦିନକୁ ୧୦୦୦ ଟଙ୍କା ବଦଳରେ ମିଳିବ ୨୦୦୦ ଟଙ୍କା।
– ଗାଡି କିଣିବା ପାଇଁ ୫ ଲକ୍ଷ ଟଙ୍କା ବଦଳରେ ୧୦ ଲକ୍ଷ ମିଳିବ।
ସେହିପରି ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ମଧ୍ୟ ବୃଦ୍ଧି କରାଯାଇଛି।
– ୯୮ ହଜାର ଟଙ୍କାକୁ ବାଚସ୍ପତିଙ୍କ ଦରମା ବୃଦ୍ଧି କରାଯାଇଛି। ପୂର୍ବରୁ ୪୦ ହଜାର ୫୦୦ ଟଙ୍କା ପାଉଥିଲେ ବାଚସ୍ପତି।
– ବୈଠକ ଭତ୍ତା ୮୦୦ ଟଙ୍କାରୁ ବଢ଼ି ୨୦୦୦ ଟଙ୍କା ହୋଇଛି।
– ବାଚସ୍ପତିଙ୍କ ପାଇଁ ଗାଡ଼ି ଭତ୍ତା ୧୭,୦୦୦ ଟଙ୍କାରୁ ୮୯,୦୦୦ ଟଙ୍କାକୁ ବୃଦ୍ଧି ପାଇଛି।
– ମହଙ୍ଗା ଭତ୍ତା ପ୍ରତି ମାସରେ ୪୦,୦୦୦ ଟଙ୍କାରୁ ୧ ଲକ୍ଷ ୮୧ ହଜାର ଟଙ୍କାକୁ ବୃଦ୍ଧି ପାଇଛି।
– ଉପ ବାଚସ୍ପତି ଦରମା ବାବଦରେ ୩୮ ହଜାର ବଦଳରେ ୯୪ ହଜାର ପାଇବେ।
– ଉପବାଚସ୍ପତିଙ୍କ ବୈଠକ ଭତ୍ତା ୮୦୦ ବଦଳରେ ୨୦୦୦ ପାଇବେ।
– କାର ଭତ୍ତା ୧୭ ହଜାର ବଦଳରେ ୮୫ ହଜାର ପାଇବେ।
– ବ୍ୟକ୍ତିଗତ ଭତ୍ତା ୪୦ ହଜାର ବଦଳରେ ୧ ଲକ୍ଷ ୭୭ ହଜାର ପାଇବେ।
– ବାସଗୃହ ଭତ୍ତା ଦୈନିକ ୨୦୦୦ ଟଙ୍କା ପାଇବେ।