ବୋର୍ନୋ, ୨୫/୧୨: ନାଇଜେରିଆର ଉତ୍ତର-ପୂର୍ବ ବୋର୍ନୋ ରାଜ୍ୟର ରାଜଧାନୀ ମୈଦୁଗୁରିରେ ବୁଧବାର ସନ୍ଧ୍ୟାରେ ଖ୍ରୀଷ୍ଟମାସ ପୂର୍ବ ସନ୍ଧ୍ୟାରେ ମଗରିବ ନମାଜ ସମୟରେ ଏକ ମସଜିଦରେ ବଡ଼ ଧରଣର ବୋମା ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୩୫ ଜଣ ଆହତ ହୋଇଥିବା ପୋଲିସ ନିଶ୍ଚିତ କରିଛି। ଆହତମାନଙ୍କୁ ବୋର୍ନୋ ଷ୍ଟେଟ୍ ସ୍ପେଶାଲିଷ୍ଟ ହସ୍ପିଟାଲକୁ ନିଆଯାଇଛି।
ବୋର୍ନୋ ଷ୍ଟେଟ୍ ପୋଲିସ କମାଣ୍ଡର ମୁଖପାତ୍ର ନାହୁମ୍ ଦାସୋ ଏକ ବିବୃତ୍ତିରେ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମଘାତୀ ବିସ୍ଫୋରଣ ବୋଲି ଅନୁମାନ କରାଯାଉଛି। ଘଟଣାର ସଠିକ୍ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି। ମାଇଦୁଗୁରିର ଗାମ୍ବୋରୁ ମାର୍କେଟ୍ ଅଞ୍ଚଳର ଏକ ମସଜିଦରେ ବିସ୍ଫୋରଣ ବହୁ ସଂଖ୍ୟକ ଲୋକ ନମାଜ ପାଇଁ ଏକତ୍ରିତ ହୋଇଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା।
ମସଜିଦ ବିସ୍ଫୋରଣ ପାଇଁ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ଦାୟୀ କରିନାହାନ୍ତି। କିନ୍ତୁ ବୋକୋ ହାରାମ ଏବଂ ଏହାର ବିଚ୍ଛିନ୍ନ ଗୋଷ୍ଠୀ, ଇସଲାମିକ୍ ଷ୍ଟେଟ୍ ପଶ୍ଚିମ ଆଫ୍ରିକା ପ୍ରଦେଶ (ISWAP), ଏହି ଅଞ୍ଚଳରେ ସକ୍ରିୟ। ଅତୀତରେ ମଧ୍ୟ ସମାନ ଧରଣର ଆକ୍ରମଣ କରିଛନ୍ତି।