କନ୍ଧମାଳରେ ବଡ଼ ଏନକାଉଣ୍ଟର

ଓଡ଼ିଶା ମାଓ ମୁଖ୍ୟ ଗଣେଶ ନିପାତ

କନ୍ଧମାଳ, ୨୫/୧୨: କନ୍ଧମାଳରେ ବଡ଼ ମାଓ ବିରୋଧୀ ସର୍ଚ୍ଚ ଅପରେସନ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୪ ମାଓବାଦୀ। ମୃତ ମାଓବାଦୀମାନଙ୍କ ମଧ୍ୟରେ ଓଡ଼ିଶା ମାଓ ମୁଖ୍ୟ ଗଣେଶ ଉଇକେ ଅଛି।

ଗଣେଶ ନାଁରେ ୧ କୋଟି ୧୦ ଲକ୍ଷର ପୁରସ୍କାର ରାଶି ଥିଲା। ସେ ଜଣେ ଶୀର୍ଷ ମାଓ ନେତା ଥିଲା। ସେ ସେଣ୍ଟ୍ରାଲ କମିଟି ମେମ୍ବର ଥିଲା। ୬୯ ବର୍ଷୀୟ ଗଶେଶ ତେଲେଙ୍ଗାନାର ହୋଇଥିବା ବେଳେ ଓଡ଼ିଶାରେ ମାଓ କାର୍ଯ୍ୟକଳାପର ନେତୃତ୍ୱ ନେଇଥିଲା।

ଚକାପାଦ ଥାନାଞ୍ଚଳର କୁପାଟି ତାଳଜୀବିକା ଜଙ୍ଗଲରେ ମାଓବାଦୀଙ୍କ ସହିତ ଗୁଳିବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କ ୨୩ ଟିମ୍ ର ଯୁଗ୍ମ ଅପରେସନ ଚାଲିଥିଲା। ଏନକାଉଣ୍ଟର ପରେ ଘଟଣାସ୍ଥଳରୁ ୪ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣ ମହିଳା ମାଓବାଦୀ ଅଛନ୍ତି। ତେବେ ୩ ମାଓବାଦୀଙ୍କ ପରିଚୟ ମିଳିନାହିଁ। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।