ରୁଷ-ୟୁକ୍ରେନ୍ ଯୁଦ୍ଧରେ ପଡ଼ିବ ଯବନିକା
ଯୁଦ୍ଧ ବନ୍ଦ ନେଇ ଶେଷ ପର୍ଯ୍ୟାୟରେ ଶାନ୍ତି ଆଲୋଚନା
ଶାନ୍ତି ଆଲୋଚନା ପରେ ପ୍ରେସ୍ ମିଟରେ ଟ୍ରମ୍ପଙ୍କ ବଡ଼ ସୂଚନା
ଫ୍ଲୋରିଡା, ୨୯/୧୨: ୪ ବର୍ଷର ରୁଷ-ୟୁକ୍ରେନ୍ ଯୁଦ୍ଧରେ ପଡ଼ିବ ଯବନିକା। ଯୁଦ୍ଧ ବନ୍ଦ ନେଇ ଶେଷ ପର୍ଯ୍ୟାୟରେ ଶାନ୍ତି ଆଲୋଚନା ଅନୁଷ୍ଠିତ ହୋଇଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ଫ୍ଲୋରିଡ଼ାରେ ବୈଠକ ଶେଷ ହୋଇଛି। ବୈଠକ ପରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ଶାନ୍ତି ଚୁକ୍ତି ବହୁତ ନିକଟତର। ତଥାପି, ସବୁଠାରୁ ବଡ଼ ସମସ୍ୟା ଯାହା ସମାଧାନ ହେବାକୁ ବାକି ରହିଛି ତାହା ହେଉଛି ପୂର୍ବ ଡୋନବାସର ଭୂମି ସମସ୍ୟା, ଯାହା ରୁଷ ଦ୍ଵାରା ଅଧିକୃତ
ଟ୍ରମ୍ପ୍ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦୁଇ ଘଣ୍ଟାରୁ ଅଧିକ ସମୟ କଥା ହୋଇଥିଲେ। ଜେଲେନ୍ସକିଙ୍କ ସହ ବୈଠକ ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଟ୍ରମ୍ପ୍ କହିଥିଲେ ଯେ ରାଷ୍ଟ୍ରପତି ପୁଟିନ ୟୁକ୍ରେନକୁ ସାହାଯ୍ୟ କରିବାକୁ ଚାହାଁନ୍ତି। ରୁଷ ୟୁକ୍ରେନକୁ ଶସ୍ତା ଶକ୍ତି ଏବଂ ବିଦ୍ୟୁତ୍ ଯୋଗାଇବାକୁ ଚାହାଁନ୍ତି। ଟ୍ରମ୍ପ୍ ଜେଲେନ୍ସକିଙ୍କୁ କହିଥିଲେ ଯେ ଏବେ ଏକ ଚୁକ୍ତିରେ ପହଞ୍ଚିବା ଭଲ ହେବ।
ସବୁ କିଛି ଠିକଠାକ୍ ରହିଲେ ଆଉ କିଛି ସପ୍ତାହ ଲାଗିପାରେ। ଯୁଦ୍ଧ ସମ୍ପୂର୍ଣ୍ଣ ବନ୍ଦ ନେଇ ଆମେ ବହୁତ ନିକଟତର ହୋଇଛୁ। ୨୦ ସୂତ୍ରୀ ଶାନ୍ତି ଯୋଜନା ଉପରେ ୯୦% ସହମତି ହୋଇଛି। ସ୍ଥାୟୀ ଶାନ୍ତି ପାଇଁ ସୁରକ୍ଷା ଗ୍ୟାରେଣ୍ଟି ଗୁରୁତ୍ବପୂର୍ଣ୍ଣ।