ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର

ଆଜି ସୂର୍ଯ୍ୟମନ୍ଦିର ମାଗଣା ପ୍ରବେଶ

କୋଣାର୍କ,୩୦।୧୨: ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ ଉପାସନା କ୍ଷେତ୍ର ରୂପେ ଅର୍କକ୍ଷେତ୍ର କୋଣାର୍କ ସର୍ବଜନବିଦିତ। ପୌଷ ଶୁକ୍ଲ ଦଶମୀ ତିଥି ଶାମ୍ବ ଦଶମୀର ସ୍ବତନ୍ତ୍ରତା ରହିଛି। ପବିତ୍ର ଶାମ୍ବଦଶମୀ ଅବସରର ମଙ୍ଗଳବାର କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି।

ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ ଶୁଳ୍କ ଛାଡ଼ ଯୋଗୁଁ ସୂର୍ଯ୍ୟମନ୍ଦିରରେ ପର୍ଯ୍ୟଟକଙ୍କ ଭିଡ ରହିବ। ଦୀର୍ଘ ୨୯ବର୍ଷ ହେଲା କୋଣାର୍କ ସୁରକ୍ଷା ସମିତି ପ୍ରତି ଶନିବାର ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ପାଇଁ ଦାବି କରିଆସୁଛି।