ସାଇବର ଠକଙ୍କ ନୂଆ ତରିକା

ସାନଖେମୁଣ୍ଡି, ୧୧।୧୦: ପୋଲିସ ବାବୁଙ୍କ ନାମରେ ଫେକ ଆକାଉଣ୍ଟ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନାମରେ ଫେସବୁକରେ ତାଙ୍କ ଫୋଟ ସହ ନାମ ଦେଇ ଫେକ ଆକାଉଣ୍ଟ ଖୋଲିଛି ସାଇବର ଠକ । କେବଳ ସେତିକି ନୁହେଁ, ମୋବାଇଲ୍‌ ନମ୍ବରରେ ମଧ୍ୟ ପୋଲିସ ପୋଷାକ ପିନ୍ଧା ସବ୍ୟସାଚୀ ମଲ୍ଲଙ୍କ ଫୋଟ ରଖି ହ୍ୱାଟ୍ସଆପ୍‌ ଆକାଉଣ୍ଟ କରି ଲୋକଙ୍କୁ ମାଗୁଛି ଟଙ୍କା ।

ଲୋକଙ୍କୁ କେଉଁ ଭଳି ବିଶ୍ୱାସ ହେବ ସେନେଇ ସମ୍ପୂର୍ଣ୍ଣ ପ୍ଲାନ କରିଛି । ନିଜ ସାଙ୍ଗ CRPF ରେ ଚାକିରୀ କରୁଛନ୍ତି । ତାଙ୍କରି ବଦଳି ହୋଇଯାଇଛି । ସେ ଏହି ସବୁ ସାମଗ୍ରୀ ବିକ୍ରି କରିବାକୁ ଚାହୁଁଛନ୍ତି । ଏଭଳି ଶସ୍ତାରେ ଭଲ ସାମଗ୍ରୀ ହାତଛଡା କରନ୍ତୁ ନାହିଁ ବୋଲି ମଧ୍ୟ କହୁଛି ସାଇବର ଠକ ।