ବଲାଙ୍ଗୀର ୧୦/୧୧: ପରିଦର୍ଶନରେ ଯାଇଥିବା ପୌରନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ। ପୋଖରୀ ପୁନରୁଦ୍ଧାର କାମ ଦେଖିବାକୁ ଯାଇଥିବା ବେଳେ ସିଲ୍ କଲେ ମଦ ଦୋକାନ। ଘଟଣାସ୍ଥଳରେ ଉପସ୍ଥିତ ଥିବା ବେଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ପୌରନିର୍ବାହୀ ଅଧିକାରୀ। ଏହି କାମ ପୋଲିସ କିମ୍ୱା ଅବକାରୀ ବିଭାଗ କରିନଥିବା ବେଳେ ଏପରି କାର୍ଯ୍ୟାନୁଷ୍ଠାନ ନେଇ ଚର୍ଚ୍ଚାରେ ପୌରନିର୍ବାହୀ ଅଧିକାରୀ। ଏଭଳି ଏକ ଘଟଣା ବଲାଙ୍ଗୀର ସହରରେ ଦେଖିବାକୁ ମିଳିଛି।
ଖବର ଅନୁସାରେ, ବଲାଙ୍ଗୀର ସହର ଭିତରେ ଥିବା ରାଣୀ ପୋଖରୀରେ ହେଉଥିବା ପୁନରଉଦ୍ଧାର କାମକୁ ପୌରନିର୍ବାହୀ ଅଧିକାରୀ ଜୟଶ୍ରୀ ସାମୀ ରେଡ୍ଡୀ ଦେଖିବାକୁ ଯାଇଥିଲେ। ଏହି ସମୟରେ ପୋଖରୀ ପାଖରେ ଥିବା ୩ ନମ୍ବର ବିଦେଶୀ ମଦ ଦୋକାନ ଉପରେ ନିର୍ବାହୀ ଅଧିକାରୀଙ୍କ ନଜର ପଡିଥିଲା। ପରେ ସମ୍ପୃକ୍ତ ଦୋକାନ ପାଖକୁ ଅଧିକାରୀ ଯାଇଥିଲେ। ସେଠାକାର ପାରିପାର୍ଶ୍ୱିକ ପରିସ୍ଥିତି ଦେଖି ହୋଇଥିଲେ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଥିଲେ।