ଆମ ବସ୍ ଧକ୍କା: ମୁଖ୍ୟମନ୍ତ୍ରୀଙ୍କ ଉଦବେଗ, ମୃତକଙ୍କ ପରିବାରକୁ ସହାୟତା ଘୋଷଣା

ଡ୍ରାଇଭରଙ୍କୁ ନିୟମିତ ଟ୍ରେନିଂ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୦୪/୦୧: ‘ଆମ ବସ୍‌’ ଧକ୍କାରେ ମୃତ ଅଟୋ ଚାଳକଙ୍କ ସଂପର୍କୀୟଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ‌ ୪ ଲକ୍ଷ ଟଙ୍କା ସହାୟତା ହେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥି ସହ ମୃତକଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଯାଜପୁର ଅଟୋ ଚାଳକ ବିଷ୍ଣୁ ପାତ୍ରଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ରୂପାଲି ଛକରେ ଆମ ବସ୍‌ ଧକ୍କାରେ ବିଷ୍ଣୁଙ୍କ ଜୀବନ ଯାଇଥିଲା। ଆଉ ଦୁଇ ଜଣ ଗୁରୁତର ହୋଇଥିଲେ। ତେବେ ଓଡ଼ିଶାରେ ଆମ ବସ୍ ଦୁର୍ଘଟଣା ବାରମ୍ବାର ହେଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆମ ବସ୍‌’ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରି ଆମ ବସ୍‌ ଡ୍ରାଇଭରମାନଙ୍କ ଦକ୍ଷତା ବୃଦ୍ଧିକୁ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡ୍ରାଇଭରମାନଙ୍କୁ ନିୟମିତ ଟ୍ରେନିଂ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେମାନଙ୍କ ମଧ୍ୟରେ ସମ୍ବେଦନଶୀଳ ମନୋଭାବ ସୃଷ୍ଟି ପାଇଁ ପରାମର୍ଶ ଦେଇଛନ୍ତି। ଏଥିସହିତ MVIମାନଙ୍କ ଦ୍ଵାରା ଆମ ବସ୍‌ଗୁଡ଼ିକର ଫିଟନେସ୍‌ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗକୁ ଏକ ସ୍ଵତନ୍ତ୍ର ସ୍କ୍ୱାଡ୍‌ ଗଠନ କରିବାକୁ ପରାମର୍ଶ ଦେଇଛନ୍ତି।