ବସ୍ ଧକ୍କାରେ ସାମ୍ବାଦିକା ମୃତ

ଅନ୍ୟ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ପିପିଲି, ୦୬/୦୧: ପିପିଲିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ସାମ୍ବାଦିକାଙ୍କ ସମେତ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ମଙ୍ଗଳପୁର ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ମୃତ ସାମ୍ବାଦିକା ହେଲେ ଶୀଲା ପଟ୍ଟନାୟକ। ସେ ଏକ ଘରୋଇ ଚ୍ୟାନେଲରେ କାର୍ଯ୍ୟରତ ସାମ୍ବାଦିକା ଥିଲେ।

ତାଙ୍କ ସହ ଯାଉଥିବା ତାଙ୍କ ସଂପର୍କୀୟଙ୍କର ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, ରାସ୍ତାରେ ବାଲି ପଡ଼ିଥିବାରୁ ସ୍କୁଟି ସ୍ଲିପ୍ କରିଥିଲା। ଯେଉଁଥିପାଇଁ ବସ୍ ଚକା ତଳେ ଚାପି ହୋଇ ଯାଇଥିଲେ ଦୁଇ ଜଣ। ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।