କେନ୍ଦ୍ରାପଡ଼ା, ୦୭/୦୧: କେନ୍ଦ୍ରାପଡ଼ା ଶିକ୍ଷା ଜିଲ୍ଲା ଅନ୍ତର୍ଭୁକ୍ତ ପିଏମଶ୍ରୀ କୋରୋ ପଞ୍ଚାୟତ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୋମନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ଆଶୁକବି ହେମନ୍ତ ଜେନାଙ୍କ ସଞ୍ଚାଳନରେ ଅନୁଷ୍ଠିତ ସମାରୋହକୁ ଓଡ଼ିଶା ବିଧାନସଭାର ପ୍ରାକ୍ତନ ସଚିବ ତଥା ବିଶିଷ୍ଟ ସାହିତ୍ୟିକ ଦାଶରଥି ଶତପଥୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ ।
ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ଵର ବେହେରା ଯୋଗ ଦେଇ ବିଦ୍ୟାଳୟର ଏତାଦୃଶ ଉତ୍ସବର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ମୁଖ୍ୟ ବକ୍ତା କବି ସତୀର୍ଥ ମନ୍ମଥନାଥ ବରାଳ ଏବଂ ସମ୍ମାନିତ ଅତିଥି ଶିକ୍ଷାବିତ୍ କୈଳାସ ଚନ୍ଦ୍ର ବରାଳ, ପ୍ରାକ୍ତନ ଅଗ୍ନିଶମ ନିର୍ଦ୍ଦେଶକ ବଳରାମ ମହାନ୍ତି, କୋରୋ ପଞ୍ଚାୟତ ସରପଞ୍ଚ ଦିପାଞ୍ଜଳି ଜେନା, ପରିଚାଳନା କମିଟି ସଭାପତି ମଧୁସ୍ମିତା ମହାନ୍ତିଙ୍କ ସମେତ ପଞ୍ଚସଖା ଶିକ୍ଷା ସେତୁ ସଭାପତି ରଞ୍ଜିତ ପ୍ରସାଦ ଜେନା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧିତ କରିଥିଲେ। ଭାବଗ୍ରାହୀ କଳା ନିକେତନର ସମ୍ପାଦକ ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ନିର୍ଦ୍ଦେଶନାରେ ସୁଶ୍ରୀ ନିରୂପମା ଜେନା, ଅର୍ଚ୍ଚନା ପରିଡ଼ା ଆଦି କଳାକାର ମାନେ ସଂଗୀତ ପରିବେଷଣ କରିଥିଲେ। ସହକାରୀ ଶିକ୍ଷକ ଜଗନ୍ନାଥ ଉପାଧ୍ୟାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିମଳ ପ୍ରସାଦ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ଇତ୍ୟବସରରେ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ପକ୍ଷରୁ ମାସିକ ଶିଶୁ ଓ କିଶୋର ପତ୍ରିକା ଧୋ’ରେ ବାଇଆ ଧୋ କୁ ଅତିଥି ମାନେ ଲୋକାର୍ପଣ କରିଥିଲେ। ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷକ ସୋମନାଥ ମହାପାତ୍ର ମୁଖ୍ୟ ଅତିଥି ଦାଶରଥି ଶତପଥୀଙ୍କୁ ମାନପତ୍ର, ଅଙ୍ଗବସ୍ତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଗଣେଶ୍ଵର ବେହେରା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ପଞ୍ଚସଖା ଶିକ୍ଷା ସେତୁର କର୍ମକର୍ତ୍ତା ବସନ୍ତ କୁମାର ମଲ୍ଲିକ, ବାବାଜୀ ଚରଣ ମଲ୍ଲିକ , ରବୀନ୍ଦ୍ର କୁମାର ସେଠୀ ,ଦେବାଶିଷ ବରାଳ , କୃଷ୍ଣ ଚନ୍ଦ୍ର ମଲ୍ଲିକ, ମଳୟ କୁମାର ସାହୁ , ଉଦକର ମଲ୍ଲିକ ଏବଂ ଶିକ୍ଷକ ହିମାଂଶୁ ଶେଖର ପରିଡ଼ା, ତୃପ୍ତି ମୟୀ ପରିଡ଼ା, ସାବିତ୍ରୀ ବିଶ୍ଵାଳ , ପୁଷ୍ପ ଦ୍ଵିବେଦୀ , ଇତିଶ୍ରୀ ପ୍ରଧାନ, କଳ୍ପନା ଦାସ , ହିମାଂଶୁ ପଣ୍ଡା, ଅନନ୍ତ ଓଝା ଆଦି ଉତ୍ସବ ପରିଚାଳନା କରିଥିଲେ।