ସିରମୌର, ୦୯/୦୧: ହିମାଚଳ ପ୍ରଦେଶର ସିରମୌରରେ ଶୁକ୍ରବାର ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଘରୋଇ ବସ୍ ୨୦୦ ମିଟର ଗଭୀର ଘାଟିକୁ ଖସି ପଡ଼ିଛି। ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।
ଏହି ଘରୋଇ ବସ୍ ସିମଲାରୁ କୁପଭିକୁ ଯାତ୍ରା କରୁଥିଲା। ସିରମୌର ଜିଲ୍ଲାର ହରିପୁରଧରରେ ଜିତ୍ କୋଚ୍ ନାମକ ବସ୍ ଟି ରାସ୍ତାରୁ ଏକ ଖାତକୁ ଗଡ଼ି ଯାଇଥିଲା। ଦୁର୍ଘଟଣା ଯୋଗୁଁ ବସ୍ ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଘଟଣା ପରେ, ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ମୃତକ ଏବଂ ଆହତମାନଙ୍କୁ ବସ୍ ରୁ ବାହାର କରିଥିଲା।
ମୃତ୍ୟୁ ସଂଖ୍ୟା ବଢ଼ିପାରେ। ବସ୍ରେ ପ୍ରାୟ ୩୫ ଜଣ ଲୋକ ଥିଲେ ପୋଲିସ ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ଆହତମାନଙ୍କୁ ଉଦ୍ଧାର କରିଛନ୍ତି।