ରାଞ୍ଚି, ୧୦/୦୧: ଝାଡ଼ଖଣ୍ଡ ବିଜେପି ସଭାପତି ନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି। ଜୁଏଲ ଓରାମଙ୍କୁ ଇଲେକ୍ସନ ଅଫିସର ଭାବେ ଝାଡ଼ଖଣ୍ଡ ରାଜ୍ୟ ବିଜେପି ସଭାପତି ଓ ଜାତୀୟ ପରିଷଦ ସଦସ୍ୟଙ୍କ ନିର୍ବାଚନ ପାଇଁ ଦାୟିତ୍ବ ଦିଆଯାଇଛି। ଏ ନେଇ ବିଜେପି ଜାତୀୟ ରିଟର୍ଣ୍ଣିଂ ଅଫିସରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି।
