ବିଶ୍ୱ ଓଡ଼ିଆ ପରିବାରର ‘ଓଡ଼ିଶା ଖାଦ୍ୟ ମହୋତ୍ସବ-୨୦୨୫’ର ବାର୍ତ୍ତା କ୍ୟାବିନେଟ୍ରେ ପ୍ରତିଫଳିତ
ମେଟ୍ରୋ ସହରରେ ପ୍ରାମାଣିକ ଓଡ଼ିଆ ଖାଦ୍ୟର ପ୍ରଚାର ହେବ
ଭୁବନେଶ୍ୱର, ୧୦/୦୧: ଗତ କାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଆ ଖାଦ୍ୟ ପ୍ରଚାର ପ୍ରସାର ପାଇଁ ପୁଞ୍ଜି ବ୍ୟବସ୍ଥା କରାଯାଇଥିବାରୁ ବିଶ୍ୱ ଓଡ଼ିଆ ପରିବାର ତରଫରୁ ଏହାର ପ୍ରସଂଶା କରାଯିବା ସହିତ ସରକାରଙ୍କୁ ସାଧୁବାଦ ଅର୍ପଣ କରାଯାଇଛି । ଏହା ‘ଓଡ଼ିଶା ଖାଦ୍ୟ ମହୋତ୍ସବ-୨୦୨୫’ର ବାର୍ତ୍ତାର ପ୍ରତିଫଳନ ଅଟେ । ସୂଚନାଯୋଗ୍ୟ ଯେ, ଗତକାଲି କ୍ୟାବିନେଟ୍ର ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ପର୍ଯ୍ୟଟନ ବିଭାଗ ଦ୍ୱାରା ଓଡ଼ିଶା ମଧ୍ୟରେ ଅନୁସୂଚିତ ପର୍ଯ୍ୟଟନ ସ୍ଥଳି ସହ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ ଓ କୋଲକାତା ଆଦି ମେଟ୍ରୋ ସହର ସହ ଆଗ୍ରା, ବାରଣାସୀ, ଗୋଆ, କୋଚି ଓ ଜୟପୁରରେ ପ୍ରାମାଣିକ ଓଡ଼ିଆ ଖାଦ୍ୟର ପ୍ରଚାର ପାଇଁ ଏକ ସମର୍ପିତ ପୁଞ୍ଜି ନିବେଶ ଓ କାର୍ଯ୍ୟକ୍ଷମ ଖର୍ଚ୍ଚ ସହାୟତା ଢାଂଚା ପ୍ରଚଳନ ଏକ ଯୁଗାନ୍ତକାରୀ ପଦକ୍ଷେପ ଅଟେ ଯାହା ଓଡ଼ିଆଙ୍କର ଆର୍ଥିକ, ସାଂସ୍କୃତିକ ଓ ଅସ୍ମିତାକୁ ସଂବୃଦ୍ଧ କରିବ ବୋଲି ବିଶ୍ୱ ଓଡ଼ିଆ ପରିବାର ପ୍ରକାଶ କରିଛି । ସୂଚନାଯୋଗ୍ୟ ଯେ, ଗତ ଏକ ବର୍ଷ ହେଲା ବିଶ୍ୱ ଓଡ଼ିଆ ପରିବାର ଶ୍ରୀ ସଜ୍ଜନ ଶର୍ମାଙ୍କ ନେତୃତ୍ୱରେ ଓଡ଼ିଶାର ସଂସ୍କୃତି, ଭାଷା, ସ୍ୱାଭିମାନ ଓ ଅସ୍ମିତା ପାଇଁ କାର୍ଯ୍ୟ କରୁଛି । ସେହିପରି ପ୍ରବାସୀ ଭାରତୀୟ ଦିବସରେ ଓଡ଼ିଆ ପିଠାମିଠା ବଣ୍ଟନ ଏବଂ ଗତ ଡିସେମ୍ବର ୨୩ ରୁ ୨୯ ମଧ୍ୟରେ ‘ଓଡ଼ିଶା ଖାଦ୍ୟ ମହୋତ୍ସବ-୨୦୨୫’ର ସଫଳ ରୂପାୟନ କରିଛି । ତେଣୁ ଓଡ଼ିଶା ସରକାର ବିଶ୍ୱ ଓଡ଼ିଆ ପରିବାରର ‘ଓଡିଶା ଖାଦ୍ୟ ମହୋତ୍ସବର-୨୦୨୫’ର ବାର୍ତ୍ତାକୁ ମହତ୍ୱ ଦେଇ ଏଭଳି ନିଷ୍ପତ୍ତି ନେବା ପ୍ରସଂଶନୀୟ ଅଟେ ।