ରାଜା ମଧୁସୂଦନ ଦେବ‌ ଡ଼ିଗ୍ରୀ କଲେଜରେ ଜାତୀୟ ଯୁବ ଦିବସ ପାଳନ

ସକ୍ଷମ ଓଡ଼ିଶା ପୂର୍ବ ଓ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘ ପକ୍ଷରୁ ଆୟୋଜିତ

ଭୁବନେଶ୍ୱର, ୧୨/୦୧: ଆଜି ଭୁବନେଶ୍ୱର ପଟିଆ ସ୍ଥିତ ରାଜା ମଧୁସୂଦନ ଦେବ‌ ଡ଼ିଗ୍ରୀ କଲେଜରେ ସକ୍ଷମ ଓଡ଼ିଶା ପୂର୍ବ ଓ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘ ପକ୍ଷରୁ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳନ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଆରଏସଏସର ପର୍ଯ୍ୟାବରଣ ବିଭାଗ ପ୍ରମୁଖ ଶ୍ରୀ ପ୍ରଫୁଲ କୁମାର ସାହୁ, ମୁଖ୍ୟ ଉପଦେଷ୍ଠା ଭାବେ ଆରଏମଡି ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ପ୍ରଶାନ୍ତ କୁମାର ରାଉତ, ମୁଖ୍ୟ ବକ୍ତା ଭାବେ ଇଂ ରଞ୍ଜନ କୁମାର କର ,ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ବିଜେପି ସମ୍ପାଦକ ଶ୍ରୀ ଦିଲ୍ଲୀପ କୁମାର ବେହେରା ଓ ଆରଏମଡି ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ ପ୍ରବୀଣ କୁମାର ସାହୁ, ଗରୀମାମୟ ଅତିଥି ଭାବେ ଅଭିଷ୍ଟ ଚାରିଟେବୁଲ୍ ଟ୍ରଷ୍ଟ ପ୍ରତିଷ୍ଠାତା ଶ୍ରୀମତୀ ଏଲି ପାଢ଼ୀ ଜୈନ, ଓଏସଇଏଫଡି ରାଜ୍ୟ ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ବେହେରା ପ୍ରମୁଖ ଯୋଗଦେଇ ସ୍ବାମୀ ବିବେକାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ଏବଂ ବିବେକାନନ୍ଦଙ୍କ ଚିନ୍ତନ, ଆଦର୍ଶ ଓ ମୂଲ୍ୟବୋଧକୁ ବିସ୍ତୃତ ଭାବେ ଆଲୋଚ଼ନା କରିବା ସହ ଯୁବ ଦିବସରେ କିପରି ଯୁବକମାନେ ମୂଲ୍ୟବୋଧ ଶିକ୍ଷା ଗ୍ରହଣ କରିବା ସହ ସାମାଜିକ କାର୍ଯ୍ୟରେ ସାମିଲ୍ ହୋଇ ଜିଲ୍ଲା, ରାଜ୍ୟ ତଥା ଦେଶ ସେବାରେ ନିଜକୁ ନିୟୋଜିତ କରି ଯୁବ ଶକ୍ତିର ସଠିକ୍ ଉପଯୋଗ କରିବା ଉପରେ ମତବ୍ୟକ୍ତ କରିଛନ୍ତି। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସକ୍ଷମ ଓଡ଼ିଶା ପୂର୍ବର ଯୁବ ପ୍ରମୁଖ ଶ୍ରୀ ଆୟୁଷ୍ମାନ ଚୌଧୁରୀ ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମରେ ଯୁବ ପିଢୀଙ୍କ ପ୍ରେରଣା ଭାବେ କାର୍ଯ୍ୟ କରୁଥିବା କଳିଙ୍ଗ ଯୁବ ସେନା ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀ ବିକି ଦାସଙ୍କୁ ସମ୍ମାନିତ କରାଯାଇଥିଲା। କଳିଙ୍ଗ ଯୁବସେନର କାର୍ଯ୍ୟରେ ପ୍ରେରଣା ପାଇ ସମାଜ ସେବା କରୁଥିବା ସଙ୍ଗଠନ ବାବା ସିଂହନାଥ ଯୁବ ସେବାକୁ ସମ୍ମନିତ କରାଯାଇଥିଲା। ପରିଶେଷରେ ଭୁବନେଶ୍ୱରରେ ସ୍ୱଳ୍ପମୂଲ୍ୟରେ ଥେରାପି ପ୍ରଦାନ କରୁଥିବା ଆହ୍ବାନ ଇଣ୍ଟରଭେନସନ୍ ହବର ଆଶ୍ୱିନ ମୁଦୁଲି, ରଶ୍ମିରଞ୍ଜନ ପୃଷ୍ଟି ଓ ହିତେଶ ମହାନ୍ତଙ୍କୁ ସମ୍ମାନୀତ କରାଯାଇଥିଲା।