ଓଏସଏସସି ପକ୍ଷରୁ ସିଜିଏଲ୍ ପରୀକ୍ଷା ପାଇଁ ଆବେଦନ ତାରିଖ ଘୁଞ୍ଚିଲା

ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର, ୧୬/୦୧: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ କମ୍ବାଇନ ଗ୍ରାଜୁଏଟ ଲେଭାଲ (ସିଜିଏଲ୍) ପରୀକ୍ଷା ପାଇଁ ଆବେଦନ ଅବଧି ବୃଦ୍ଧି କରାଯାଇଛି। ପୂର୍ବରୁ ଜାନୁଆରୀ ୧୮ ତାରିଖ ଯାଏଁ ଅବଧି ଥିଲା।

OSSC ୱେବସାଇଟ୍ ବୈଷୟିକ ସମସ୍ୟାର ସମ୍ମୁଖୀନ ହେଉଛି, ଯାହା ଦ୍ଵାରା ହଜାର ହଜାର ପ୍ରାର୍ଥୀ CGL ପଦବୀ ପାଇଁ ଆବେଦନ କରିପାରୁ ନାହାନ୍ତି। ତାରିଖ ସରି ଆସୁଥିବାରୁ ତୁରନ୍ତ ସମାଧାନ ପାଇଁ ଅନୁରୋଧ କରିଥିଲେ ଆଶାୟୀ ପ୍ରାର୍ଥୀ। ଯାହା ପରେ ଏବେ ଅବଧି ବୃଦ୍ଧି କରାଯାଇଛି।

୨୮ ଜାନୁଆରୀ ଭିତରେ ଅନଲାଇନ ରେଜିଷ୍ଟ୍ରେସନ କରିପାରିବେ। ୩୧ ଜାନୁଆରୀ ଭିତରେ ଅନଲାଇନ ଆବେଦନ କରିପାରିବେ।

ଏହି ପରୀକ୍ଷା ମାଧ୍ୟମରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିଥିବା ବିଭିନ୍ନ ଗ୍ରୁପ ‘ବି’ ଓ ଗ୍ରୁପ ‘ସି’ ପଦବୀ ପୂରଣ ହେବ। ଏଥି ପାଇଁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନର ୱେବସାଇଟ୍ ossc.gov.in କୁ ଯାଇ ଆବେଦନ କରିପାରିବେ।