ଝାରସୁଗୁଡା, ୨୧/୦୧ (ଦର୍ଶନ ନ୍ୟୁଜ): ଝାରସୁଗୁଡା ପୌରପରିଷଦରେ ଅନୁଷ୍ଠିତ କାଉନସିଲ ବୈଠକରେ ୱାର୍ଡ ନମ୍ବର ୧୬ର କାଉନସିଲର ନବନୀତ କୌର ଏକ ବିସ୍ପୋରକ ବୟାନ ଦେଇ ଅଭିଯୋଗ ଆଣିଛନ୍ତି l ଝାରସୁଗୁଡା ପୌର ପରିଷଦରେ ଦୁର୍ନୀତି କରି ଆର୍ଥିକ ହେରଫେରର ଆଶଙ୍କା ଥିବା ସେ ବୈଠକରେ ଉପସ୍ଥାପନ କରିଛନ୍ତି l ବିଶେଷକରି ଝାଡେଶ୍ୱର ମନ୍ଦିର ନିକଟରେ ଇକୋ ପାର୍କ ଏବଂ ଅନ୍ୟାନ୍ୟ ପର୍ଯ୍ୟଟନ ସୁବିଧାର ବିକାଶ ପାଇଁ ହେଉଥିବା କାର୍ଯ୍ୟ ରେ ଦୁର୍ନୀତିର ଗନ୍ଧ ବାରି ହେଉଥିବା କହିଛନ୍ତି କାଉନସିଲର ନଵନିତ କୋୖର । ଦୁଇଟି ପର୍ଯ୍ୟାୟରେ ଏଠାରେ ବିଭିନ୍ନ କାର୍ଯ୍ୟ ପାଇଁ ମୋଟ ଆକଳନ 1,57,90,734.84 ଟଙ୍କା ଏବଂ 1,41,49,385.359 ଟଙ୍କାର ବ୍ୟୟ ଅଟକଳ କରାଯାଇଛି l ଯେଉଁଥିରେ କେଉଁଥିପାଇଁ କେତେ କୋଟି ଟଙ୍କା ଖର୍ଚ୍ଚ ହେଉଛି ତାର ସ୍ପଷ୍ଟୀକରଣ ଦିଆଯାଇନଥିବା କାଉନସିଲର ନବନିତ କୌର ଅଭିଯୋଗ କରିଛନ୍ତି l ଏହାସହ ଏହି ଖର୍ଚ୍ଚ ହେଉଥିବା ଟଙ୍କାର ସମ୍ପୂର୍ଣ ତଥ୍ୟ ସହ ରିପୋର୍ଟ ସାର୍ଵଜନିନ କରାଯାଉ ବୋଲି ସେ ଦାବି କରିଛନ୍ତି l
Next Post