ସେନା ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପୋଖରୀକୁ ଖସି ପଡ଼ିଲା, ଉଦ୍ଧାର କାର୍ଯ୍ୟ ଜାରି

ପ୍ରୟାଗରାଜ, ୨୧/୦୧: ବୁଧବାର ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଏକ ବିମାନ ଦୁର୍ଘଟଣା ଘଟିଛି। ବାୟୁସେନାର ଏକ ତାଲିମ୍ ବିମାନ ପୋଖରୀରେ ଖସି ପଡ଼ିଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ବିମାନଟିକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ବିମାନଟି ମଝି ଆକାଶରେ ହଠାତ୍ ଭାରସାମ୍ୟ ହରାଇ ଏକ ପୋଖରୀରେ ପଡ଼ିଯାଇଥିଲା।

ସ୍ଥାନୀୟ ଲୋକମାନେ ଘଟଣା ବିଷୟରେ ପୋଲିସ ଏବଂ ପ୍ରଶାସନକୁ ସୂଚନା ଦେଇଥିଲେ। ଯାହା ପରେ ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିମାନରେ ୩ ଜଣ ପାଇଲଟ୍ ଥିଲେ ଏବଂ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପୋଖରୀ ଚାରିପାଖ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି।