ଭାରତର ମାନ୍ୟବର ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ
ଜାନୁଆରୀ ୨୩ ପରାକ୍ରମ ଦିବସରେ କଟକ ସ୍ଥିତ ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ l ଜିଲ୍ଲା ସଂସ୍କୃତି ଭବନ କରିବେ ଉଦଘାଟନ
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, ୨୧/୦୧: ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସି ପି ରାଧାକ୍ରିଷ୍ଣନ ଆଗାମୀ ଜାନୁଆରୀ ୨୩ ତାରିଖରେ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି l ସେଦିନ ମାନ୍ୟବର ଉପରାଷ୍ଟ୍ରପତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ବା ପରାକ୍ରମ ଦିବସ ଉପଲକ୍ଷେ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ l
ଏହି ଅବସରରେ ମାନ୍ୟବର ଉପ ରାଷ୍ଟ୍ରପତି ନିକଟସ୍ଥ ଜିଲ୍ଲା ସଂସ୍କୃତି ଭବନ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି l
ମାନ୍ୟବର ଉପ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସୂଚାରୁରୂପେ ପରିଚାଳନା କରିବା ପାଇଁ ଗତ କାଲି ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକ ସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଥିଲା l
ଉପ ରାଷ୍ଟ୍ରପତି ସେଦିନ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀରୁ ବାହାରି ଭୁବନେଶ୍ୱର ବିମାନ ବନ୍ଦରରେ ସକାଳ ୮. ୫୦ ରେ ପହଁଚିବାର କାର୍ଯ୍ୟକ୍ରମ ରହିଛି l ଏହା ପରେ ସେ ସଡ଼କ ପଥରେ କଟକ ଯାତ୍ରା କରି ୯. ୩୫ ସୁଦ୍ଧା ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳ ୟରେ ପହଁଚି ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ଲୋକ ଭବନରେ ମଧ୍ୟାନ୍ନ ଭୋଜନ କରିବେ l ଅପରାହ୍ଣ ୨ଟା ସୁଦ୍ଧା ମାନ୍ୟବର ଉପରାଷ୍ଟପତି ଭୁବନେଶ୍ୱର ବିମାନ ବନ୍ଦରରୁ କୋଲକାତା ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି l
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ, ଖଣି ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଶ୍ରୀ ହେମନ୍ତ ଶର୍ମା, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚି ବ ଶ୍ରୀ ସଞ୍ଜୟ କୁମାର ସିଂ ଙ୍କ ସମେତ ଅନ୍ୟ ସମ୍ପୃକ୍ତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ l ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ୱାଇ ବି ଖୁରାନିଆ, ପୁଲିସ କମିଶନର ଶ୍ରୀ ଏସ ଦେବଦତ୍ତ ସିଂ, ଜିଲ୍ଲାପାଳ, କଟକ ପ୍ରମୁଖ ଆଭାସୀ ମାଧ୍ୟମରେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l