ଭୁବନେଶ୍ୱର, ୨୨/୦୧: ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଓଡ଼ିଶା ଆସିବେ ରାଷ୍ଟ୍ରପତି। ୫ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଫେବ୍ରୁଆରୀ ୨ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ। ଭୁବନେଶ୍ୱରରେ ପହଞ୍ଚିବା ପରେ ଏଠାରେ ରାତ୍ରୀ ଯାପନ କରିବେ।
ଏହାପରେ ଆସନ୍ତା ୩ ତାରିଖରେ ବାଲେଶ୍ବର ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫକୀରମୋହନ ବିଶ୍ବବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ଏ ନେଇ ଏଫ୍ଏମ୍ ୟୁନିଭର୍ସିଟି କୁଳପତି ସନ୍ତୋଷ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ୪ ତାରିଖରେ ଯାଜପୁରରେ ମା’ ବିରଜାଙ୍କ ଦର୍ଶନ କରିବେ ଏବଂ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ୫ ଓ ୬ ତାରିଖରେ ମୟୁରଭଞ୍ଜ ଓ ରାଇରଙ୍ଗପୁରରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବାର ସୂଚନା ରହିଛି। ଓଡ଼ିଶା ଗସ୍ତ ସାରି ଛତିଶଗଡ଼ ଯିବା ପୂର୍ବରୁ ଜନ୍ମସ୍ଥାନ ରାଇରଙ୍ଗପୁର ଯିବେ ମହାମହିମ।