ପୁରୀ, ୨୨/୦୧:ପୁରୀ ଜିଲ୍ଲାର ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ କରାଯାଇଛି। ଏ ନେଇ ଜିଲ୍ଲା ଶିକ୍ଷାଧିକାରୀ ଦୀପକ ପାଢ଼ୀ ସୂଚନା ଦେଇଛନ୍ତି। କାର୍ଯ୍ୟରେ ଅବହେଳା କରିଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୋଟିଏ ମାସ ପାଇଁ ଦରମା ବନ୍ଦ କରାଯାଇଛି।
ସୂଚନା ମୁତାବକ, ସାପ କାମୁଡ଼ା ଓ ବଜ୍ରପାତ ସଚେତନତା ଶିବିର ପାଇଁ ନିର୍ଦ୍ଦେଶ ଥିଲା। ସଚେତନତା ପାଇଁ ପ୍ରଧାନଶିକ୍ଷକଙ୍କୁ ୪୫୦୦ ଟଙ୍କା ପ୍ରଦାନ କରାଯାଇଥିଲା। କିନ୍ତୁ ଶିବିର ନେଇ କୌଣସି ସୂଚନା ନ ଦେବାରୁ ବିଇଓ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।