ଦୀର୍ଘ ଦିନ ପରେ ସରକାରୀ ବୈଠକରେ ଯୋଗଦେଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ହଠାତ ସେ ସରକାରୀ ବୈଠକରେ ଯୋଗଦେବାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ । ଗତକାଲି ବିଧାୟକ ଏହି ବୈଠକରେ ଯୋଗଦେଇଥିଲେ ।
ଜିଲ୍ଲପାଳଙ୍କ ଆମନ୍ତ୍ରଣରେ ସେ ଏହି ବୈଠକରେ ଯୋଗଦେଇଥିଲେ ବୋଲି କହିଛନ୍ତି । ଆଗକୁ ମଧ୍ୟ ସେ ସରକାରୀ ବୈଠକରେ ଯୋଗଦେବେ ବୋଲି ଆଶା ରଖିଥିବା କହିଛନ୍ତି । ତେବେ ଏତେଦିନ ବ୍ୟବଧାନରେ ବିଧାୟକଙ୍କ ସରକାରୀ ବୈଠକରେ ଯୋଗଦାନ ପଛରେ କ’ ଣ ରହସ୍ୟ ରହିଛି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।