ଦଶପଲ୍ଲା, ୨୪/୦୧: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରି ଯୋଜନାକୁ ସଫଳ କରିବାକୁ ତତ୍ପରତା ପ୍ରକାଶ କରିଛି ଦଶପଲ୍ଲା ରାଜସ୍ବ ବିଭାଗ। ଏହି କ୍ରମରେ ଛୁଟି ଦିନରେ ବିଭାଗ ପକ୍ଷରୁ ଦଶପଲ୍ଲା ତହସିଲ ଅନ୍ତର୍ଗତ ଗୋଛା ଗ୍ରାମରେ କ୍ଯାମ୍ପ କରାଯାଇ ପ୍ରଜାଖାନା ସଂଶୋଧନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୨ ଜଣଙ୍କ ପଟ୍ଟା ଉତ୍ତରାଧିକାରୀମାନଙ୍କ ନାମରେ କରାଯାଇଛି। ଯାହା ଫଳରେ ଦୀର୍ଘ ଦିନର ସମସ୍ୟା ଘର ପାଖରେ ସମାଧାନ ହୋଇପାରିଛି। ଅତିରିକ୍ତ ତହସିଲଦାର ଚନ୍ଦ୍ରଶେଖର ବାରିକ ଉପସ୍ଥିତ ରହି ଏସବୁ କାର୍ଯ୍ୟ ସମ୍ପାଦନ କରିଥିଲେ। ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଜିତେନ୍ କୁମାର ନାୟକ ଓ ଚଢେୟାପଲ୍ଲୀ ଆରଆଇ ଗୌତମ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।
Prev Post