ଅନନ୍ତପ୍ରସାଦ ଗାଁରେ ବାଘ ମଣିଷ ଲଢେଇ

ବାଘ ମୃତ, ଯୁବକ ଗୁରୁତର

ଆଠଗଡ, ୨୪/୦୧(ଦର୍ଶନ ନ୍ୟୁଜ): ଆଠଗଡ ବନଖଣ୍ଡ ଅନ୍ତର୍ଗତ ନରସିଂହପୁର ପଶ୍ଚିମ ବନାଞ୍ଚଳର ଜୟପୁର ଫାର୍ମହାଉସରେ ଶୁକ୍ରବାର ରାତିରେ ଏକକଲରା ପତରିଆ ବାଘ ପଶି ଅନନ୍ତପ୍ରସାଦ ଗ୍ରାମର ଫାର୍ମ ହାଉସ ମାଲିକ ଶୁଭ୍ରାଂଶୁ ଭୋଳଙ୍କୁ ଆକ୍ରମଣ କରିଥିଲା। ନିଜ ଜୀବନ ବଞ୍ଚାଇବାକୁ ଯାଇ କଲରାପତରିଆ ବାଘ ସହ ଶୁଭ୍ରାଂଶୁ ଏକ ପରିବା କଟା ଛୁରୀ ସାହାଯ୍ୟରେ ସଂଘର୍ଷ କରିଥିଲେ। ବାଘ ଶୁଭ୍ରାଂଶୁଙ୍କୁ କାମୁଡ଼ି ରକ୍ତାକ୍ତ କରିଥିବା ବେଳେ ସେ ବାଘକୁ ଛୁରୀ ସାହାଯ୍ୟରେ ବାରମ୍ବାର ଭୂଷି ଚାଲିଥିଲେ। ସଂଘର୍ଷରେ ବାଘର ମୃତ୍ୟୁ ଘଟିଥିଲା ଓ ଶୁଭ୍ରାଂଶୁ ଗୁରୁତର ଆହତ ହୋଇଥିଲେ। ଆହତ ଶୁଭ୍ରାଂଶୁଙ୍କୁ ପ୍ରଥମେ ନରସିଂହପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାକୁ କଟକ ଏସସିବିକୁ ରେଫର୍ କରାଯାଇଥିଲା। ଖବର ପାଇ ନରସିଂହପୁର ପଶ୍ଚିମ ବନାଞ୍ଚଳ ଅଧିକାରୀ ସଦଳବଳେ ଫାର୍ମ ହାଉସରେ ପହଞ୍ଚି ମୃତ କଲରାପତରିଆ ବାଘକୁ ଜବତ କରିଥିଲେ। ଘଟଣା ସମ୍ପର୍କରେ ବନ ବିଭାଗ ତଦନ୍ତ ଜାରି ରଖିଛି।