ଭିଜିଲାନ୍ସ ଜାଲରେ SCB ଡାକ୍ତର

୨ ଲକ୍ଷରୁ ଉର୍ଦ୍ଧ୍ବ ଲାଞ୍ଚ ଟଙ୍କା ଜବତ

କଟକ, ୨୯/୦୧: ଭିଜିଲାନ୍ସ ଜାଲରେ SCB ମେଡିକାଲ କଲେଜର ଆସୋସିଏଟ୍‌ ପ୍ରଫେସର ଡା. ସନାତନ ବେହେରା। ହେପାଟୋଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡା. ସନାତନ ବେହେରାଙ୍କୁ ଲାଞ୍ଚ ନେଲା ବେଳେ ରେଡ୍ ହ୍ୟାଣ୍ଡ ଧରିଛି ଭିଜିଲାନ୍ସ। ୨ ଲକ୍ଷ ୬୩ ହଜାର ଟଙ୍କା ନେଇ ଯାଉଥିଲା ବେଳେ ମାଡ଼ିବସିଲା ଭିଜିଲାନ୍ସ।

ମିଳିଥିବା ସୂଚନା ଅନୁସାରେ, ବିଭାଗକୁ ମେଡିକାଲ ଯନ୍ତ୍ରପାତି ଯୋଗାଣ ପାଇଁ ବିଡର୍‌ ଠାରୁ ଲାଞ୍ଚ ନେଉଥିଲେ। ସରକାରୀ କ୍ବାର୍ଟର୍ସକୁ ସ୍କୁଟରରେ ଟଙ୍କା ନେଇ ଯାଉଥିଲେ। କାଠଗୋଲାସାହି-ମେଡିକାଲ୍‌ ରୋଡ୍‌ରେ କାବୁ କଲା ଭିଜିଲାନ୍ସ ଟିମ୍‌।

ସମସ୍ତ ଟଙ୍କା ଜବତ କରିବା ସହ ଆସୋସିଏଟ୍‌ ପ୍ରଫେସରଙ୍କ କ୍ୱାଟର୍ସ ସମେତ ୩ଟି ସ୍ଥାନରେ ରେଡ୍‌ କରିଛି ଭିଜିଲାନ୍ସ।