ଭୁବନେଶ୍ୱର, ୩୦/୦୧: ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି ଶଙ୍କର୍ଷଣ ନାଗ ଓ ତାଙ୍କ ଘର ବଲାଙ୍ଗୀର ଜିଲ୍ଲା ବେଲପଡ଼ାରେ ବୋଲି ଜଣାପଡ଼ିଛି। କ୍ୟାପିଟାଲ ଥାନା ପୋଲିସ ତାଙ୍କ ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପାଇଁ ଭର୍ତ୍ତି କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ମୁତାବକ, ଯୋଗାଣ ମନ୍ତ୍ରୀଙ୍କ ସରକାରୀ କ୍ୱାଟର୍ସରେ ଘରୋଇ ସହାୟକ ଭାବେ କାର୍ଯ୍ୟ କରୁଥିଲେ। ସେଠାରେ ସେ ତାଙ୍କ ସପରିବାର ସହିତ ରହୁଥିଲେ। ତେବେ ବିଦ୍ୟୁତ୍ ଆଘାତରୁ ତାଙ୍କର ମୃତ୍ୟୁ ହୋଇଥିବା ଅନ୍ୟ କର୍ମଚାରୀମାନେ ପୁଲିସକୁ ଖବର ଦେଇଥିଲେ।