ଭୁବନେଶ୍ୱର, ୩୧/୦୧: ଖଟି କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। କଲେଜରେ କ୍ଲାସ ନକରି ଖଟି କରୁଥିଲେ ଆକ୍ସନ୍ ନେବ ଉଚ୍ଚଶିକ୍ଷା ବିଭାଗ। ଅଧ୍ୟାପକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କ ଦରମା ମଧ୍ୟ ବନ୍ଦ ହୋଇପାରେ। ଏ ନେଇ ସବୁ ସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ।
ସୂଚନାଯୋଗ୍ୟ, ଉଚ୍ଚଶିକ୍ଷା ବିଭାଗର ଅନୁଧ୍ୟାନ ବେଳେ ନଜରକୁ ଆସିଥିଲା ଏପରି ଅବହେଳା। କଟକ ଜିଲ୍ଲାର ୨ ସଂସ୍କୃତ ଅନୁଦାନପ୍ରାପ୍ତ କଲେଜରେ ଖଟି କରୁଥିଲେ ଅଧ୍ୟାପକ। କ୍ଲାସ୍ ନକରି ଅଧ୍ୟାପକ ଚେୟାର ବସି ମୋବାଇଲ୍ରେ ବ୍ୟସ୍ତ ଥିଲେ। ଯାହା ପରେ ଏଭଳି କଠୋର ହୋଇଛି ଉଚ୍ଚଶିକ୍ଷା ବିଭାଗ।