ଭୟଙ୍କର ଦୁର୍ଘଟଣା; ଏକାଧିକ ବାଇକ୍ ଉପରେ ଚଢ଼ିଗଲା ଟ୍ରକ

୫ ମୃତ, ଘଟଣାସ୍ଥଳରେ ଦକ୍ଷିଣାଞ୍ଚଳ ଆଇଜି

ବ୍ରହ୍ମପୁର, ୩୧/୦୧: ବ୍ରହ୍ମପୁର ହଳଦିଆପଦର ଓଭର ବ୍ରିଜ୍‌ ନିକଟରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକାଥରେ ୩ଟି ବାଇକ୍‌ ଉପରେ ମାଡ଼ିଗଲା ଟ୍ରକ। ବିପରୀତ ଦିଗରୁ ଟ୍ରକଟି ଆସି ବାଇକ୍‌କୁ ଧକ୍କା ଦେବା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଏଥିସହିତ ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ୬ ଜଣ ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଗିରଫ କରାଯାଇଛି। ଦୁର୍ଘଟଣା ପରେ ରାସ୍ତାରେ ଏଣେତେଣେ ପଡ଼ିଛି ମୃତଦେହ। ଯେଉଁଥିପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଏ ନେଇ ଘଟଣାସ୍ଥଳରେ ପହଞ୍ଚି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର କହିଛନ୍ତି ଯେ, ଡ୍ରାଇଭରକୁ ଗିରଫ କରାଯାଇଛି। କିଛି ମୃତକଙ୍କ ପରିଚୟ ମିଳିଛି। ସେମାନଙ୍କ ପରିବାରକୁ ଖବର ଦିଆଯାଇଛି।