ପ୍ରଗତି, ସମୃଦ୍ଧି ଓ ଅଭିବୃଦ୍ଧିର ଇଞ୍ଜିନ ହେବ କେନ୍ଦ୍ର ବଜେଟ ୨୦୨୬: ଖଣି ଶିଳ୍ପ ବିଶେଷଜ୍ଞଙ୍କ ମତ
ଆୟକର ସରଳୀକରଣ ଓ ମହିଳା ସଶକ୍ତିକରଣ ଉପରେ ବିଶେଷ ଫୋକସ: ତପନ ଚାନ୍ଦ
ଭୁବନେଶ୍ୱର, ୩୧/୦୧: ମାନନୀୟା ବିତମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ପ୍ରଥମ ମହିଳା ବିତ୍ତମନ୍ତ୍ରୀ ଭାବରେ ଲଗାତାର ନବମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିବେ I ମୋଦୀ ସରକାରଙ୍କର ପୂର୍ବ ଏଗାର ୧୧ ଟି ବଜେଟ ଭଳି ଏହି ଦ୍ୱାଦଶ ବଜେଟ ପ୍ରଗତି, ସମୃଦ୍ଧି ଓ ଅଭିବୃଦ୍ଧିର ଇଞ୍ଜିନ ହେବ I କେନ୍ଦ୍ର ବଜେଟ ୨୦୨୬ ଲୋକାଭିମୁଖୀ ହେବା ସହିତ ସାମଗ୍ରିକ ଓ ସନ୍ତୁଳିତ ହେବ I ସଂପ୍ରତି ଭୁରାଜନୀତି ଓ ଯୁଧ୍ୟର ବାତାବରଣ ପରିବେଶରେ ଏହି ବଜେଟ ଦେଶର ସୁରକ୍ଷା ଉପରେ ପ୍ରାଧାନ୍ୟ ଦେବା ସଙ୍ଗେ ଭାରତକୁ ସ୍ୱାବଲମ୍ବୀ, ଆତ୍ମନିର୍ଭର ଓ ବିକଶିତ କରିବା ପାଇଁ ମାର୍ଗପ୍ରଦର୍ଶନ କରିବ I ଏ ଆଇ (AI),ସେମି କଣ୍ଡକଟର, ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା, ନବସୃଜନ, ଗ୍ରୀନ ଏନର୍ଜି, ଗ୍ରୀନ ମୋବିଲିଟୀ, ବିରଳ ମୃତ୍ତିକା ଓ ଗୁରୁତର ଖଣିଜ ( Rare Earth & Critical mineral ), ସ୍ପେସ ରିସର୍ଚ୍ଚ, ପ୍ରଶିକ୍ଷଣ ଓ ନିଯୁକ୍ତି, ଆୟକର ସରଳୀକରଣ, କୃଷି ଉତ୍ପାଦକତା ଓ ବିଭିଧତା ତଥା ମହିଳା ସଶକ୍ତିକରଣ ଉପରେ ବିଶେଷ ଫୋକସ ରହିବ I ଭାରତକୁ ପ୍ରଖର ବୃହତ ଅର୍ଥନୀତି ଭାବରେ ଏହାର ସ୍ଥାନ ବଜାୟ ରଖିବା ପାଇଁ ବଜେଟ ୨୦୨୬ ସମସ୍ତ ପାଥେୟ ଯୋଗାଇ ଦେଇ ବିକଶିତ ଭାରତ @୨୦୪୭ ଯାତ୍ରାରେ ଅଦ୍ଭୁତପୂର୍ବ ସଫଳତା ଆଣିଦେବ ବୋଲି ଡ଼ଃ ତପନ କୁମାର ଚାନ୍ଦ (ପୂର୍ବତନ ଅଧ୍ୟକ୍ଷ ନାଲକୋ ତଥା ଭାରତୀୟ ଜନତା ପାର୍ଟି ମୁଖପାତ୍ର) ମତବ୍ୟକ୍ତ କରିଛନ୍ତି I