ନୂଆଦିଲ୍ଲୀ, ୦୧/୦୨: ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଫେବୃଆରୀ ୧ ତାରିଖରୁ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୪୯ ଟଙ୍କା ବଢ଼ାଯାଇଛି। ଯାହା ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ଉପରେ ପ୍ରଭାବ ପକାଇବ।
ଦିଲ୍ଲୀରେ ଏହି ସିଲିଣ୍ଡରର ନୂଆ ମୂଲ୍ୟ ଏବେ ୧,୭୪୦.୫୦ ଟଙ୍କା ହୋଇଛି। ପୂର୍ବରୁ ୧,୬୯୧.୫୦ ଟଙ୍କା ଥିଲା। ଅନ୍ୟପକ୍ଷରେ, ଘରୋଇ ଏଲପିଜି ସିଲିଣ୍ଡର (୧୪.୨ କିଲୋଗ୍ରାମ) ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଜିର କେନ୍ଦ୍ର ବଜେଟ୍ ଉପସ୍ଥାପନା ପୂର୍ବରୁ ଏହି ବୃଦ୍ଧି ହୋଇଛି। କଟକରେ ଗ୍ୟାସ ଦର ୧୮୯୫ ଟଙ୍କା ହୋଇଛି।