ନୂଆ ରୂପ ପାଇବ ମିଶନ ଶକ୍ତି

ମହିଳାଙ୍କୁ ମିଳିବ‌ ସ୍ମାର୍ଟ ଫୋନ୍‌, ବଦଳିବ ଡ୍ରେସ୍‌ କୋଡ୍‌

ଭୁବନେଶ୍ୱର, ୦୨/୦୨: ରାଜ୍ୟରେ ମିଶନ ଶକ୍ତି ମହିଳା ମାନଙ୍କୁ ସ୍ମାର୍ଟ ଫୋନ୍ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ଡିଜିଟାଲ୍ ସଶକ୍ତିକରଣ ଏବଂ ସହଜ କାର୍ଯ୍ୟ ପରିଚାଳନା ପାଇଁ ଏହି ପଦକ୍ଷେପ ନିଆଯାଇଛି, ଯାହାଫଳରେ ସେମାନେ ନିଜର ଦୈନନ୍ଦିନ କାର୍ଯ୍ୟ ଅଧିକ ଦକ୍ଷତାର ସହିତ କରିପାରିବେ। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, “ଉତ୍କଳ ଦିବସରୁ ମିଶନ‌ ଶକ୍ତି ମହିଳାଙ୍କ ପାଇଁ ଲାଗୁ ହେବ ନୂଆ ଡ୍ରେସ୍‌ କୋଡ୍‌। ମିଶନ ଶକ୍ତି ମହିଳାଙ୍କୁ ଆଇଡି କାର୍ଡ ସହ ସ୍ମାର୍ଟ ଫୋନ୍‌ ମିଳିବ।