ଆସୁଛନ୍ତି ରାଷ୍ଟ୍ରପତି: କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା
୨ ଜିଲ୍ଲାରେ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ
ଭୁବନେଶ୍ୱର, ୦୨/୦୨: ରାଷ୍ଟ୍ରପତିଙ୍କ ଗସ୍ତ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। କେଉଁ ସମୟରେ କେଉଁ ରାସ୍ତାରେ ସାଧାରଣ ଯାନ ଚଳାଚଳ ମନା ସୂଚନା ଜାରି କରାଯାଇଛି।
ଆଜି ସନ୍ଧ୍ୟା ୬ଟା ୨୦ରୁ ୬ଟା ୫୫ ପର୍ଯ୍ୟନ୍ତ ଏୟାରପୋର୍ଟରୁ ଏଜି ଛକ ମନା କରାଯାଇଥିବା ବେଳେ କାଲି ସକାଳ ୮ଟା ୧୫ରୁ ୮ଟା ୪୫ ଲୋକଭବନରୁ ଏୟାରପୋର୍ଟ ପର୍ଯ୍ୟନ୍ତ ମନା ୬ ତାରିଖ ଅପରାହ୍ନ ୧ଟା, ୩ଟା ୫୫, ସନ୍ଧ୍ୟା ୫ଟା ୧୫ ପାଇଁ ମଧ୍ୟ କଟକଣା ଲଗାଯାଇଛି। ସେହିପରି ୭ ତାରିଖ ସକାଳ ୮ଟା ୫୦ରୁ ୯ଟା ୨୦ ପର୍ଯ୍ୟନ୍ତ ଲୋକଭବନରୁ ଏୟାରପୋର୍ଟ ମନା କରାଯାଇଛି।
ସେହିପରି ରାଷ୍ଟ୍ରପତି ଗସ୍ତ କରିବାକୁ ଥିବା ୨ ଜିଲ୍ଲାରେ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ। ବାଲେଶ୍ୱରରେ ୩୦ ଓ ମୟୂରଭଞ୍ଜରେ ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ।
ସୂଚନାଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ରେ ବାଲେଶ୍ୱର ୪, ୫, ୬ରେ ମୟୂରଭଞ୍ଜ ଗସ୍ତ କରିବେ।
