ଭୁବନେଶ୍ୱର, ୦୨/୦୨: ଲୋକସେବା ଭବନର ୧୦ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଅର୍ଥ ବିଭାଗର ୧୦ ଜଣ ଅଧିକାରୀଙ୍କୁ ନୋଟିସ୍ ଜାରି କରିଛି ବିଭାଗ।
ବାରମ୍ବାର ବଦଳି ପରେ ବି ପଦ ଛାଡ଼ୁ ନ ଥିବାରୁ ବିଭାଗ ପକ୍ଷରୁ ନୋଟିସ୍ ଦିଆଯାଇଛି। ୭ ଦିନ ମଧ୍ୟରେ ବଦଳି ସ୍ଥାନରେ ଯୋଗ ନ ଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନୋଟିସ୍ ରେ କୁହାଯାଇଛି।
୨୦୨୫ ଅକ୍ଟୋବର ୧୬ ଏବଂ ୨୪ରେ ୨ଥର ବଦଳି ବିଜ୍ଞପ୍ତି ଜାରି ହୋଇଥିଲା। ସମ୍ପୃକ୍ତ ଅଧିକାରୀ ନିଜ ସ୍ଥାନ ନଛାଡ଼ିବାରୁ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସରକାରୀ ବିଶୃଙ୍ଖଳା ଭାବେ କାହିଁକି ଗ୍ରହଣ କରାନଯିବ ଦର୍ଶାଇବାକୁ ନୋଟିସ ଜାରି କରାଯାଇଛି।
