ଭୁବନେଶ୍ୱର, ୦୨/୦୨: ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ କେ.ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ୱାଗତ କରିଛନ୍ତି।
ବିମାନବନ୍ଦରରୁ ସିଧାସଳଖ ଲୋକଭବନରେ ପହଞ୍ଚିଲେ। ରାଷ୍ଟ୍ରପତିଙ୍କର ୬ ଦିନିଆ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତାକାଲି ଯାଜପୁର, ବାଲେଶ୍ବର ଓ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି। ୪, ୫, ୬ରେ ମୟୂରଭଞ୍ଜ ଗସ୍ତ କରିବେ।