୪ ଜିଲ୍ଲା ଦାୟିତ୍ବ ବାଣ୍ଟିଲା ବିଜେଡି

ବିଜେଡ଼ିର ବଡ଼ ଘୋଷଣା

ଭୁବନେଶ୍ୱର, ୦୩/୦୨: ୪ ସାଂଗଠନିକ ଜିଲ୍ଲା ପାଇଁ ବିଜେଡି କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ବ୍ୟୋମକେଶ ରାୟଙ୍କୁ ଭଦ୍ରକ ଜିଲ୍ଲା ସଭାପତି ଦାୟିତ୍ବ ଦିଆଯାଇଥିବା ବେଳେ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଓ ଭଗବାନ ଗନ୍ତାୟତ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ହୋଇଛନ୍ତି। ପି. ଗୌରିଶଙ୍କରଙ୍କୁ ରାୟଗଡ଼ା ଓ ରାଇସେନ୍‌ ମୁର୍ମୁଙ୍କୁ ମୟୂରଭଞ୍ଜ-୨ର କାର୍ଯ୍ୟକାରୀ ସଭାପତି ଦାୟିତ୍ବ ଦିଆଯାଇଛି।