ପୁରୀ ରାଜଭବନ ସମ୍ପର୍କିତ ଘଟଣା: ତଥ୍ୟ ଆଧାରିତ ସ୍ପଷ୍ଟତା ଓ ନିରପେକ୍ଷ ତଦନ୍ତ ହେଉ

ଅଲ ଓଡ଼ିଶା ଭେଟେରାନ୍ ସୋଲଜର୍ସ ଆସୋସିଏସନ ପକ୍ଷରୁ ଅନୁରୋଧ

ଭୁବନେଶ୍ବର, ୦୩/୦୨: ସାଧାରଣ ଜନସାଧାରଣଙ୍କ ଅବଗତି ପାଇଁ ଅଲ ଓଡ଼ିଶା ଭେଟେରାନ୍ ସୋଲଜର୍ସ ଆସୋସିଏସନ ଏହା ସ୍ପଷ୍ଟ କରୁଛି ଯେ ୦୭ ଜୁଲାଇ ୨୦୨୪ ରେ ପୁରୀ ରାଜଭବନ ସମ୍ପର୍କିତ ଯେଉଁ ଘଟଣା ବିଷୟରେ ASO ବୈକୁଣ୍ଠ ପ୍ରଧାନଙ୍କ ଦ୍ବାରା ଅଭିଯୋଗ ଉଠାଯାଇଥିଲା, ସେହି ଅଭିଯୋଗ ଆଧାରରେ ସଂଗଠନ ତରଫରୁ ଏକ ନିରପେକ୍ଷ ଓ ପାରଦର୍ଶୀ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ଏହି ସନ୍ଦର୍ଭରେ ମହାମହିମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଆଧିକାରିକ ଭାବେ ପତ୍ର ପ୍ରେରଣ କରାଯାଇଥିଲା I

ଅଭିଯୋଗ ହିସାବରେ ବୈକୁଣ୍ଠ ପ୍ରଧାନ କହିଥିଲେ ଯେ ତାଙ୍କ ପାଖରେ ଘଟଣା ସମୟର ଭିଡିଓ ପ୍ରମାଣ ଅଛି ଏବଂ ସେହି ପ୍ରମାଣ ଠିକ ସମୟରେ ନ୍ୟାୟପାଳିକା ଓ ସଂଗଠନ କୁ ହସ୍ତାନ୍ତର କରିବେ । କିନ୍ତୁ ପରବର୍ତ୍ତୀ ସମୟରେ ବାରମ୍ବାର ଅନୁରୋଧ ସତ୍ତ୍ୱେ ସେ କୌଣସି ପ୍ରମାଣ କହାକୁ ଦେଇନଥିଲେ | ଏଥିପାଇଁ ଯେତବେଳେ ଅଲ ଓଡିଶା ଭେଟେରାନ ସୋଲଜରସ ସଂଘ ତାଙ୍କୁ କାରଣ ଦର୍ଶାଅ ନୋଟିସ ଦେଇଥିଲା ସେ ସଂଗଠନ ବିରୁଦ୍ଧରେ ଯାଇ କାର୍ଯ୍ୟକର୍ତ୍ତା ମାନଙ୍କୁ କୋର୍ଟ ନୋଟିସ ପଠାଇ ପଠାଇ ମିଛ କେଶ୍ ରେ ଫସାଇବା ପାଇଁ ଉଦ୍ୟମ କରିଥିଲେ । ନିଜ ଦୋଷକୁ ଲୁଚାଇବାକୁ ଯାଇ ଅଲ ଓଡିଶା ଭେଟେରାନ ସୋଲଜରସ ସଂଘକୁ ଭାଙ୍ଗିବା ପାଇଁ ପ୍ରୟାସ କରିଥିଲେ | ଯେଉଁଠାରେ ସେ ଅଭିଯୋଗ କରିଥିବା ତ‌ତ୍କାଳୀନ ରାଜ୍ୟପାଳଙ୍କ ପୁଅ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଭୁଲି ଯାଇ ଯେଉଁ ସଂଗଠନ ତାଙ୍କ ପାଇଁ ରାଜରାସ୍ତାରେ ଧାରଣା ଦେଉଥିଲା ତା ବିରୁଦ୍ଧରେ ଯାଇଥିଲେ | ତାଙ୍କର ଏହି କାର୍ଯ୍ୟକଳାପ କେବଳ ତାଙ୍କ କେଳେଙ୍କାରୀ ଲୁଚାଇବାର ବଡ ପ୍ରୟାସ ଥିଲା | ଅଲ ଓଡିଶା ଭେଟେରାନ ସୋଲଜରସ ସଂଘକୁ ମିଛ କହି ସେ ତାଙ୍କ ରାଜନୈତିକ ଉଦ୍ଦେଶ୍ୟ ହାସଲ କରିଥିଲେ ।

ଅଲ ଓଡିଶା ଭେଟେରାନ ସୋଲଜରସ ସଂଘର ଆଭ୍ୟନ୍ତରୀଣ କମିଟିର ତଦନ୍ତରେ ଜଣାପଡିଲା ଯେ ଏହି ଘଟଣା କେବଳ ନିଜର ବ୍ୟକ୍ତିଗତ ସ୍ବାର୍ଥକୁ ଦୃଷ୍ଟିରେ ରଖି କରାଯାଇଥିଲା | ପୁରୀ ରାଜଭବନ ଘଟଣା ପରେ ତାଙ୍କ ସରକାରୀ ବାସଭବନ ରାଜନେତାଙ୍କ ଆଡ୍ଡାସ୍ଥଳୀ ଥିଲା | ସେହି ସମୟରେ ଯେତେବେଳେ ଜାତୀୟ ଗଣମାଧ୍ୟମ ତାଙ୍କର ବକ୍ତବ୍ୟ ନେବା ପାଇଁ ଚେଷ୍ଟା କରିଥିଲେ ସେ ନିଜେ ବକ୍ତବ୍ୟ ନରଖି ତାଙ୍କ ପରିବାର ଲୋକ ଗଣମାଧ୍ୟମ ଆଗରେ ବକ୍ତବ୍ୟ ଦେଇଥିଲେ | ଏ ପର୍ଯ୍ୟନ୍ତ ସେ କୌଣସି ଗଣମାଧ୍ୟମରେ ତାଙ୍କ ବକ୍ତବ୍ୟ ରଖୁନାହାନ୍ତି | ସେ ସମସ୍ତଙ୍କୁ ମିଛ କ‌ହି ତାଙ୍କର ବ୍ୟକ୍ତିଗତ ଲାଭ ଉଠାଇଛନ୍ତି | ଘଟଣା ପରେ ସେ ତାଙ୍କ ସଚିବାଳୟ ସେବା ସଂଘର ମଧ୍ୟ ସାହାଯ୍ୟ ନେଇଥିଲେ କିନ୍ତୁ ପରେ ସେ ତାଙ୍କ ସଂଘକୁ ସହଯୋଗ କରିନଥିଲେ | ସେ ମଧ୍ୟ ଆମ ସଂଗଠନ ସହ ସହଯୋଗ ନକରି ରାଜନୈତିକ ବ୍ୟକ୍ତି ସହ ସମ୍ପର୍କରେ ଥିଲେ |

ଏଥୁରୁ ସନ୍ଦେହ ହେଉଅଛି ଯେ ବୈକୁଣ୍ଠ ପ୍ରଧାନଙ୍କ ପୁରୀ ରାଜଭବନ କେଶ ସମ୍ପୂର୍ଣ୍ଣ ମନ ଗଢା କାହାଣୀ ଓ ସୁନିୟୋଜିତ ରାଜନୈତିକ ଷଡଯନ୍ତ୍ର ଉଦ୍ଦେଶ୍ୟରେ କରାଯାଇଥିଲା | ସରକାରୀ ଚାକିରିରେ ରହି ରାଜନୈତିକ କାର୍ଯ୍ୟକଳାପରେ ରହିବା ଗଣତନ୍ତ୍ର ପ୍ରତି ବିପଦ ଅଟେ | ବର୍ତ୍ତମାନ ସମୟରେ ସେ ଗୃହ ବିଭାଗରେ ଥାଇ ନିଜ ଷଡଯନ୍ତ୍ରକୁ ଲୁଚାଇବାର ବାଟ କାଢୁଛନ୍ତି | ସେ ସରକାରୀ କର୍ମଚାରୀ ମାନଙ୍କ ପାଇଁ ପ୍ରଚଳିତ Odisha Govt Se Govt Service Conduct Rule 3 ସମ୍ବିଧାନିକ ଆଚରଣବିଧିକୁ ଅବମାନନା କରିଛନ୍ତି |

ଏହି ଘଟଣା ସହ ସମ୍ପୃକ୍ତ ସାମ୍ପ୍ରତିକ ପରିସ୍ଥିତି ଯୋଗୁଁ ଓଡ଼ିଶା ବିଧାନସଭାର କାର୍ଯ୍ୟବାହୀ ୫ ଦିନ ପ୍ରଭାବିତ ହୋଇଥିବା ତଥ୍ୟ ସାଧାରଣ ରେକର୍ଡରେ ରହିଛି I ଏହାର ସମଗ୍ର ପ୍ରଭାବ ଓ ପ୍ରସଙ୍ଗ ଉପରେ ଆଇନସମ୍ମତ ମୂଲ୍ୟାୟନ ହେବ ସହିତ ହୋଇଥିବା ଆର୍ଥିକ କ୍ଷତି ତାଙ୍କ ଠାରୁ ବହନ କରାଯାଉ |

ଅଲ ଓଡ଼ିଶା ଭେଟେରାନ୍ ସୋଲଜର୍ସ ଆସୋସିଏସନ ରାଜ୍ୟ ସରକାର ଓ ସମ୍ପୃକ୍ତ ସମସ୍ତ ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରୁଛି ଯେ ଏହି ସମଗ୍ର ବିଷୟରେ ତଥ୍ୟ ଆଧାରିତ, ଆଇନସମ୍ମତ ଓ ପାରଦର୍ଶୀ ତଦନ୍ତ କରାଯାଉ ଏବଂ ତଦନ୍ତର ଫଳାଫଳ ଅନୁଯାୟୀ ଯଥୋଚିତ ପଦକ୍ଷେପ ଗ୍ରହଣ କରାଯାଉ I

ସଂଗଠନ ନ୍ୟାୟବ୍ୟବସ୍ଥା, ସଂବିଧାନ ଓ ଗଣତନ୍ତ୍ରିକ ପ୍ରକ୍ରିୟା ଉପରେ ପୂର୍ଣ୍ଣ ଆସ୍ଥା ରଖେ ବୋଲି ସଂଘର ସଭାପତି ପ୍ରକାଶ କରିଛନ୍ତି ।