ହ୍ବାଟ୍‌ସ ଆପ୍‌ରେ ମିଳିବ ରାଜସ୍ୱ ସେବା

କାମ ନ ହେଲେ ରାଜସ୍ୱ ମନ୍ତ୍ରୀଙ୍କୁ ହ୍ବାଟ୍‌ସ ଆପ୍‌ରେ ଅଭିଯୋଗ

ଭୁବନେଶ୍ୱର, ୦୪/୦୨: ଏଣିକି ହ୍ବାଟ୍‌ସ ଆପ୍‌ରେ ମିଳିବ ରାଜସ୍ୱ ସେବା। ଏ ନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ୨୪ ଘଣ୍ଟିଆ ସେବା ଯୋଗାଇବ ରାଜସ୍ୱ ବିଭାଗ। ହ୍ବାଟ୍‌ସ ଆପ୍‌ରେ ଜମିଜମା ବାବଦର ସମସ୍ତ ଅଭିଯୋଗ ଓ ଆବେଦନ ଗ୍ରହଣ କରାଯିବ। ସମୟ ସୀମା ମଧ୍ୟରେ ସମସ୍ୟାର ସମାଧାନ କରାଯିବ। ଦୁର୍ନୀତି ବନ୍ଦ ସହ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି।

ଦୁର୍ନୀତି ଅଭିଯୋଗ ଆସିଲେ ସଂପୃକ୍ତ ଅଧିକାରୀଙ୍କ ଉପରେ କଡ଼ା ଆକ୍ସନ। କାମ ନହେଲେ ରାଜସ୍ୱ ମନ୍ତ୍ରୀଙ୍କୁ ହ୍ବାଟ୍‌ସ ଆପ୍‌ରେ ଅଭିଯୋଗ କରିପାରିବେ।‌ ଆସନ୍ତାକାଲି ହ୍ବାଟ୍‌ସ ଆପ୍‌ ସେବାକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବେ।