ଜମ୍ମୁ-କାଶ୍ମୀର, ୦୪/୦୨: ବୁଧବାର ଦିନ ଜମ୍ମୁ-କାଶ୍ମୀରର ଉଧମପୁର ଜିଲ୍ଲାରେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ଜୈଶ-ଏ-ମହମ୍ମଦ (ଜେଇଏମ) ଆତଙ୍କବାଦୀ ସଂଗଠନର ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଜାମ୍ମୁ କାଶ୍ମୀର ପୋଲିସ, ଭାରତୀୟ ସେନା ଏବଂ ସିଆରପିଏଫ ମିଳିତ ଭାବରେ ଏହି ଆତଙ୍କବାଦୀ ବିରୋଧୀ ଅପରେସନ ଚଳାଇଥିଲେ।
ନିହତ ଆତଙ୍କବାଦୀମାନେ ହେଲେ ଜେଇଏମ୍ କମାଣ୍ଡର ମାଭି ଏବଂ ଜୁବୈର। ସେମାନଙ୍କ ମୃତଦେହ ଉଦ୍ଧାର କରାଯିବା ସହିତ ସେମାନଙ୍କ ନିକଟରୁ ଗୋଟିଏ AK 47 ଏବଂ ଗୋଟିଏ M4 କାର୍ବାଇନ ଜବତ କରାଯାଇଛି।
ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ସମୟରେ ରାମନଗରର ଜାଫର ଜଙ୍ଗଲ ଅଞ୍ଚଳରେ ସୁରକ୍ଷା କର୍ମୀମାନେ ଏକ ଗୁମ୍ଫା ଭିତରେ ଆତଙ୍କବାଦୀମାନଙ୍କୁ ଠାବ କରିଥିଲେ। ଏହା ପରେ ଦୁଇ ପକ୍ଷ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା ଏବଂ ଏହା ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ଆତଙ୍କବାଦୀମାନେ ଅନ୍ଧାରର ଖସି ପଳାଇବାକୁ ଚେଷ୍ଟା କରିବା ସମୟରେ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ କିଛି ସମୟ ପାଇଁ ଗୁଳି ବିନିମୟ ଆରମ୍ଭ ହୋଇଥିଲା।
ରାତିରେ କୌଣସି ଗୁଳି ବିନିମୟ ହୋଇନଥିଲା। ସୁରକ୍ଷା ବାହିନୀ ବୁଧବାର ସକାଳେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଟାର୍ଦୁଗେଟ କରିଥିଲେ। ଏଥିରେ ଦୁଇ ଜୈଶ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି।
ସୁରକ୍ଷା ଅଧିକାରୀମାନେ କହିଛନ୍ତି ଯେ ଉଧମପୁର ଜିଲ୍ଲାର ଜୋଫର ଜଙ୍ଗଲରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ପାଇବା ପରେ ଅପରେସନ ଆରମ୍ଭ ହୋଇଥିଲା।