ଯାତ୍ରୀବାହୀ ଟ୍ରେନ୍ ଦୁର୍ଘଟଣା

ଭୁବନେଶ୍ୱରରୁ କୋଲକାତା ଯାଉଥିଲା

ଯାଜପୁର, ୦୫/୦୨: ଯାଜପୁର ଜିଲ୍ଲାର ଜାଖପୁରା ରେଳ ଷ୍ଟେସନ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍ ର ଏକାଧିକ କୋଚ୍ ଲାଇନଚ୍ୟୁତ ହୋଇଛି। ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ର ୩ଟି ବଗି ଲାଇନଚ୍ୟୁତ ହୋଇଛି। ଘଟଣାସ୍ଥଳରେ ରେଳବାଇ ଅଧିକାରୀମାନେ ପହଞ୍ଚିଛନ୍ତି।

ରେଳବାଇ ଅଧିକାରୀମାନେ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଟ୍ରେନ୍ ରେ ଥିବା କୌଣସି ଯାତ୍ରୀଙ୍କ ମୃତାହତ ହେବାର କୌଣସି ରିପୋର୍ଟ ନାହିଁ। ଭଦ୍ରକରୁ ଏକ ରେସ୍କ୍ୟୁ ଟିମ୍ ଯାଇଛି। ଟ୍ରେନ୍ ଟି ଭୁବନେଶ୍ୱରରୁ କୋଲକାତାକୁ ଯାଉଥିଲା। ସମସ୍ତ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଯୋଜନା ଚାଲିଛି। ଦୁର୍ଘଟଣାର କାରଣ ଖୋଜିବା ପାଇଁ ଘଟଣାସ୍ଥଳକୁ ବରିଷ୍ଠ ଅଧିକାରୀମାନେ ଯାଇଛନ୍ତି।