ବଦଳିବ ୭ ଜିଲ୍ଲାର ନାଁ

୧୧ ଜିଲ୍ଲାର ୨୪ ଅଞ୍ଚଳର ନାମ ପରିବର୍ତ୍ତନ ହେବ

ଭୁବନେଶ୍ୱର, ୦୫/୦୨: ରାଜ୍ୟର ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ସରକାର। ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି ରାଜସ୍ୱ ବିଭାଗ। ମୋଟ୍ ୧୧ ଜିଲ୍ଲାର ୨୪ଟି ସ୍ଥାନର ଇଂରାଜୀ ନାମ ମଧ୍ୟ ସଂଶୋଧନ ହେବ।

ପୂର୍ବରୁ ବିଭିନ୍ନ ଜିଲ୍ଲା ଓ ଅଞ୍ଚଳର ନାମ ମୂଳ ଓଡ଼ିଆଠୁ ଅଲଗା ହୋଇ ଇଂରାଜୀରେ ସ୍ପେଲିଙ୍ଗ କରାଯାଇଥିଲା। ଯାହାକୁ ବଦଳାଇବାକୁ  ନିଷ୍ପତ୍ତି ନେଇଛନ୍ତି ସରକାର। ଏଣିକି ଓଡ଼ିଆ ନାମ ଅନୁସାରେ ରହିବ ଇଂରାଜୀ ସ୍ପେଲିଙ୍ଗ।

ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲାକୁ ଓଡ଼ିଆ ନାମ ଅନୁସାରେ ଖୋରଧା ଲେଖାଯିବ। ଦେବଗଡ଼ ଜିଲ୍ଲାକୁ ଆଉ ଇଂରାଜୀରେ ଦେଓଗଡ଼ ଲେଖାଯିବ ନାହିଁ। କେନ୍ଦ୍ରାପଡ଼ାକୁ କେନ୍ଦ୍ରାପରା ଓ ନୟାଗଡ଼କୁ ନୟାଗର ଲେଖାଯାଉଛି, ଯାହାକୁ ସଂଶୋଧନ କରାଯିବ। ବାଲାଶ୍ୱର ହେବ ବାଲେଶ୍ୱର, କେଉଁଝର ହେବ କେନ୍ଦୁଝର। ଅନୁଗୁଳକୁ ଅନୁଗୋଳ ଲେଖାଯିବ।

ମହାକାଳପଡ଼ାକୁ ଆଉ ମହାକାଳପରା ଲେଖାଯିବ ନାହିଁ।

ପାଲଲହରାକୁ ପାଲଲହଡ଼ା ଲେଖାଯିବ। ମାଲକାନଗିରି ପୋଡିଆ ବ୍ଲକୁ ପଡ଼ିଆ ଲେଖାଯିବ। ବରବିଲ୍ ପରିବର୍ତ୍ତନ ହୋଇ ବଡ଼ବିଲ ରହିବ। ନୀଲ୍ଗିରିକୁ ନୀଳଗିରି, ଆଉଲକୁ ଆଳି, ରାଇରାଖୋଲକୁ ରେଢ଼ାଖୋଲ, କେଉଁଝରଗଡ ହେବ କେନ୍ଦୁଝରଗଡ଼। ରିଆମାଲକୁ ରିଆମାଳ, ବଣପୁରକୁ ବାଣପୁର, ଖୋଣ୍ଡମାଲକୁ ଖଣ୍ଡମାଳ ଓ ସାଲିପୁରକୁ ପରିବର୍ତ୍ତନ କରାଯାଇ ସାଲେପୁର ଲେଖାଯିବ।

ମୂଳତଃ ‘ର’ ବଦଳରେ ‘ଡ଼’ ଲେଖାଯିବ। ଯଦି କୌଣସି ଅଭିଯୋଗ କିମ୍ବା ଆପତ୍ତି ଥାଏ, ତାହାଲେ ୧୫ ଦିନ ଭିତରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।